ଭୁବନେଶ୍ୱର: ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ମନ୍ତବ୍ୟ ଉପରେ ବଦ୍ରି ନାରାୟଣ ପାତ୍ରଙ୍କ ବଡ ବୟାନ । କହିଲେ ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ଅର୍ଥ କଣ ମୁଁ ଜାଣିନି । ତାର ଅର୍ଥ କଣ ଯିଏ କହିଛନ୍ତି ସେ ବୁଝିଥିବେ । ଯାହାକୁ କହିଛନ୍ତି ସେ ବୁଝି ଥିବେ । ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇତ୍ତବର୍ତ୍ତମାନ ଦଳ ଭିତରେ ଦ୍ୱନ୍ଦ ବଢୁଛି । ଶୀର୍ଷ ନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନଥିବାରୁ ତଳ କର୍ମୀ ଦଳ ଛାଡୁଛନ୍ତି । ଆଗକୁ ବଢିବାକୁ ହେଲେ ଲୋକେ କଣ ଚାହୁଁଛନ୍ତି ତାହା ବୁଝିବାକୁ ହେବ । ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ହିଁ ହେବ ବୁଦ୍ଧିମାନର କାମ । ସମସ୍ତେ ସମସ୍ତଙ୍କ ସାମା କଣ ତାହା ଜାଣିବା ଦରକାର ।









