ଭୁବନେଶ୍ୱର: ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷ ରେ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଚିବାଳୟ ପାହାଚରେ ଧାଡିକିଆ ଉତ୍ତର ଦେଇ ଖସିଯିବା ରାଜନେତା ମୁଁ ନୁହେଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି, ବିଗତ ୨୪ ବର୍ଷରେ ପୂର୍ବ ସରକାର ଗଣମାଧ୍ୟମକୁ ଖୋଲା ଉତ୍ତର ଦେଇନାହାନ୍ତି । ମୁଁ ଖୋଲା ସାମ୍ବାଦିକ ସମ୍ମିଳନୀରେ ସବୁ ଉତ୍ତର ରଖିଥିଲି । ଏଠି ସରକାର ଉତ୍ତର ଦେବାକୁ ପ୍ରସ୍ତୁତ. ବିରୋଧୀ ଛତ୍ରଭଙ୍ଗ ଦେଉଛନ୍ତି । କଂଗ୍ରସ କକ୍ଷ ତ୍ୟାଗ କରିବା କ୍ଷଣି ପଛେ ପପଛେ ବିଜେଡି ବିଧାୟକ ଗଲେ । ଚାଲିଯିବା ପାଇଁ ବୋଧେ ବିଜେଡି ମୁଖିଆ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ ନେଇ ବିରୋଧୀ ତୁମ୍ବିତୋପାନ କଲେ ହେଲେ ପଳାୟନପନ୍ଥୀ ସାଜିଲେ । ଯେଉଁଥିପାଇଁ ଆଜି ତାଙ୍କୁ ଲୋକେ ବଙ୍ଗୋପସାଗରରେ ଫୋପାଡି ଦେଇଛନ୍ତି ।










