ଭୁବନେଶ୍ୱର : ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି । ବିରୋଧୀ ଦଳ ପୋଡିୟମ ପାଖକୁ ଆସି ନାରାବାଜି କରିଛନ୍ତି । ବିଜୁବାବୁ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ହଙ୍ଗାମା ଦେଖାଦେଇଛି । ଅନ୍ୟପଟେ ଆଜି ସକାଳେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖଥିିଲେ ବାଚସ୍ପତି ସୁରମା ପାଢୀ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଏପଟେ ଆଜି ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ସଦସ୍ୟ ।










