16.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡିରୁ ମୁଁ ପ୍ରାର୍ଥୀ ନିଶ୍ଚିତ: ଜୟ ଢୋଲକିଆ

ବିଜେଡିରୁ ମୁଁ ପ୍ରାର୍ଥୀ ନିଶ୍ଚିତ: ଜୟ ଢୋଲକିଆ

ଭୁବନେଶ୍ୱର: ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଉପନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଜେଡିରୁ ମୁଁ ପ୍ରାର୍ଥୀ ହେଉଛି ନିଶ୍ଚିତ । ସୁପ୍ରିମୋଙ୍କ ନିର୍ଦ୍ଦେଶରେ ମୁଁ ପ୍ରାର୍ଥୀ ହେବି । ସଙ୍କେତ ମିଳିଛି । ମୁଁ ଫିଲ୍ଡରେ କାମ ଆରମ୍ଭ କଲିଣି । ବିଜେପିରେ ସାମିଲ ନେଇ ଚର୍ଚ୍ଚା କଥା ମିଛ ।  ମୋ ବାପା ରାଜନେତା ସହ ଜଣେ ସମାଜସେବୀ । ବାପାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲୁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଆସିଥିଲେ । ମୁଁ ବିଜେପିର କୌଣସି ସଦସ୍ୟଙ୍କ ସହ ଯୋଗାଯୋଗରେ ନାହିଁ ।ଜନତା ମୋତେ ଆଶୀର୍ବାଦ କରିବେ ।ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି । ଲୋକମାନେ ମୋତେ ଗ୍ରୀନ ସିଗନାଲ ଦେଇଛନ୍ତି । ଉପନିର୍ବାଚନରେ ବିଜେଡି ନିଶ୍ଚିତ ଜିତିବ । ଉପନିର୍ବାଚନ ପ୍ରଚାର ପାଇଁ ସୁପ୍ରିମୋ ନିଜେ ନୂଆପଡା ଆସିବେ । ବାପା ୧୧ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ମୁଁ ତାଙ୍କ ଠାରୁ ଅଧିକ ବ୍ୟବଧାନରେ ଜିତିବ ବୋଲି ଆଶା । ବିଜେଡି ସୁପ୍ରିମୋ, ବରିଷ୍ଠ ନେତା, ଜନତା ସମସ୍ତେ ମୋ ସହ ଅଛନ୍ତି । ବାପା ବିଜେଡିରେ ଥିଲେ ମୁଁ ବି ରହିବି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking