32.1 C
Bhubaneswar
Saturday, September 28, 2024
Homeଓଡିଶାମୁଁ ନିଜେ ଭୁକ୍ତଭୋଗୀ : ମୁଖ୍ୟମନ୍ତ୍ରୀ

ମୁଁ ନିଜେ ଭୁକ୍ତଭୋଗୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତି, ଅନିୟମିତତା ଓ କ୍ଷମତା ଦୁରୁପଯୋଗକୁ ବରଦାସ୍ତ କରାଯିବନି । ମୁଁ ନିଜେ ଭୁକ୍ତଭୋଗୀ । ତେଣୁ ଆମ ସରକାର ଏଥିପ୍ରତି ଗୁରୁତ୍ୱ ଦେବେ । ଆଜି ଅନୁଷ୍ଠିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଥାନା ଅଧିକାରୀମାନେ ଫାଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ପୁଲିସର ବ୍ୟବହାର ପୁରା ଜିଲ୍ଲା ଓ ସମାଜ ଉପରେ ପଡ଼ିଥାଏ । ପୁଲିସର ଥିମ ‘ସେବା ଓ ସୁରକ୍ଷା’କୁ ପାଳନ କରନ୍ତୁ । ଓଡ଼ିଶାକୁ ବହୁତ ଆଗକୁ ନେବାର ଅଛି । ସାଥୀରେ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ସମ୍ବୋଧନ ଜରିଆରେ ତାଗଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡାହାର ମାତ୍ର ୯.୭୩ ଥିଲା । ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ଆମ ସରକାର ଏହାକୁ ବରଦାସ୍ତ କରିବନି । ସପ୍ତାହେ ଭିତରେ ଏ ସମ୍ପର୍କିତ ପେଣ୍ଡିଂ ମାମଲା ଜଣାଇବାକୁ ମୁଖ୍ୟମନ୍ତ୍ରୀ ଏସପିମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପୁଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ମାଧ୍ୟମରେ ଜଣାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଯେତେବେଳେ ଆସିବେ ଶୁଣନ୍ତୁ । ରାତି ୨ଟାରେ ବି ଆସିଲେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ । ଓଡ଼ିଶା ପୁଲିସର ମନ୍ତ୍ର ସେବା ଓ ସୁରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking