ନୂଆଦିଲ୍ଲୀ : ମୋ ସ୍ତ୍ରୀ ମୋତେ ଖରାପ ଭିଡିଓ ପଠାନ୍ତି । ଆଉ ସମାନ ଭାବରେ ସମ୍ପର୍କ ରଖିବାକୁ କୁହନ୍ତି । ସାଙ୍ଗ ବାନ୍ଧବୀମାନଙ୍କ ସହ ମଧ୍ୟ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ମୋ ପରିବାରଠାରୁ ଅଲଗା କରି ଦେଇଛନ୍ତି । କାହାକୁ କହିବି କିଏ ବା ମୋ କଥା ଶୁଣିବ । ଜଣେ ଅସହାୟ ପୁରୁଷ ଏଭଳି ଭାବେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନିଜ ପତ୍ନୀ ଏବଂ ଶ୍ବଶୁରଘର ଲୋକଙ୍କ ବିରୋଧରେ ନେଇଛନ୍ତି ଆଇନର ଆଶ୍ରୟ । ବେଙ୍ଗାଲୁରୁରୁ ଆସିଛି ଏଭଳି ଏକ ଖବର । ଯାହାକି ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ୩୭ ବର୍ଷୀୟ ଯୁବକ ଜଣକ ତାଙ୍କ ଶ୍ବଶୁରଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଆମ ପାରିବାରିକ ଘଟଣାରେ ଶ୍ବଶୁରଘର ଲୋକେ ହସ୍ତକ୍ଷେପ କରୁଥିବାବେଳେ ଆମ ସଂସାରକୁ ଭାଙ୍ଗି ଦେଉଛନ୍ତି । ଝିଅ ଯେତେ ଦୋଷ କଲେ ମଧ୍ୟ ସେମାନେ ବାରଣ କରିବା ବଦଳରେ ସାହସ ଦେଉଥିବା କହିଛନ୍ତି । ଏହାସହ ମୋତେ ମୋ ପରିବାରଠାରୁ ଦୂରେଇ ଦେବାକୁ ମଧ୍ୟ ଶାଶୁ, ଶ୍ବଶୁର ଚାହୁଁଛନ୍ତି ।
ଯେଉ କାରଣରୁ ସେମାନଙ୍କ ପାଖରେ ମୋତେ ବାଧ୍ୟ କରି ରଖିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଅଭିଯୋଗରେ କହିଛନ୍ତି କି, ମୋ ସ୍ତ୍ରୀ ମୋତେ ଖରାପ ଭିଡିଓ ପଠାନ୍ତି । ଆଉ ଏହି ଭିଡିଓ ଭଳି ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । ମୋ ଗରିବୀର ଫାଇଦା ନେବା ସହ ମୋତେ ଉପହାସ କରନ୍ତି । ତାଙ୍କର ବହୁ ଧନୀ ସାଙ୍ଗ ରହିଛନ୍ତି । ସବୁବେଳେ ପାର୍ଟି କରିବା ପାଇଁ ଯାଆନ୍ତି ଆଉ ମଦ ପିଅନ୍ତି । ଏମିତିକି କି, ତାଙ୍କ ସାଙ୍ଗଙ୍କ ସହ ମୋତେ ଖରାପ ସମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରନ୍ତି। ନିଜେ ପୂର୍ବତନ ପ୍ରେମିକ ସହ ଖରାପ ସମ୍ପର୍କ ରଖନ୍ତି । ବାରଣ କଲେ ଶ୍ବଶୁରଘର ଲୋକେ ମୋତେ ଗାଳି କରନ୍ତି । ମୋ ପରିବାରଠାରୁ ମୋତେ ଅଲଗା କରି ରଖିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି କି, ମୋ ସ୍ତ୍ରୀ ମୋତେ ଶାରିରୀକ ସାଙ୍ଗକୁ ଯୌନ ନିର୍ଯାତନା ଦେଉଛନ୍ତି । ଏହାସହ ସେମାନେ ମୋ ଅର୍ଜିତ ସମ୍ପତ୍ତିକୁ ମଧ୍ୟ ହଡ଼ପ କରି ଦେଇଛନ୍ତି । ସୁନା ଗହଣାଠାରୁ ଟଙ୍କା ମଧ୍ୟ ରଖିଛନ୍ତି । ସେପଟେ ତାଙ୍କ ପତ୍ନୀ ପ୍ରତିକ୍ରିୟା ରଖି ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । କିନ୍ତୁ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।










