27.1 C
Bhubaneswar
Saturday, April 4, 2026
Homeଅପରାଧନିର୍ଯାତନା ଦେଉଥିଲେ ସ୍ୱାମୀ, ବିଷ ପିଇ ଦେଲା ସ୍ତ୍ରୀ

ନିର୍ଯାତନା ଦେଉଥିଲେ ସ୍ୱାମୀ, ବିଷ ପିଇ ଦେଲା ସ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧୀନ ଅଳସୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ଅସହ୍ୟ ନିର୍ଯାତନା ସହି ନ ପରି ବିଷ ପିଇ ଜୀବନ ହାରିଲା ସ୍ତ୍ରୀ। ତେବେ ଏହି ଅଘଟଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛନ୍ତି। ସୂଚନା ଅନୁସାରେ, ଅଳସୁଆ ଗାଁର ସୁମନ୍ତ ବେହେରା କିଛିବର୍ଷ ପୂର୍ବେ ନୀଳଗିରି ଥାନା ବାଉଁଶବଣିଆ ଗାଁରେ ଘର କରି ରହି ଆସୁଥିଲା। ବାଉଁଶିଆ ନିକଟରେ ସେ ଏକ ଷ୍ଟୁଡିଓ କରି ନିଜ ପରିବାର ଚଳାଉଥିଲେ। ଗତ ଶନିବାର ରାତିରେ ସେ ଷ୍ଟୁଡ଼ିଓରୁ ଆସିବା ପରେ ଘର ବାହାରେ ସ୍ତ୍ରୀକୁ ଡାକିଥିଲେ ହେଁ କବାଟ ଖୋଲିବାରେ ସ୍ତ୍ରୀ ବିଳମ୍ବ କରିବାରୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ପୁଅ ଦୁଇଟିକୁ ମଧ୍ୟ ନିର୍ଧୁମ ପିଟିଥିଲେ। ବାରମ୍ବାର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ମହିଳା ଜଣକ ବିଷ ପିଇ ଦେଇଥିଲେ। ଏହି ଘଟଣା ବିଷୟରେ ଜାଣିବା ପରେ ପଡ଼ୋଶୀ ତାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking