ଖୋର୍ଦ୍ଧା: ଖୋର୍ଦ୍ଧା ପଲ୍ଲା ତୋଟାପଡ଼ା ଗ୍ରାମର ଏକ ଘରୁ ଝୁଲନ୍ତା ସବ ଖୋର୍ଦ୍ଧା ପୁଲିସ ଦ୍ୱାରା ଜବତ ହୋଇଛି । ଯୁବକ ଜଣକ ଫୁଲବାଣୀ ଅଂଚଳର ଅବଦୁଲ ମୋତିଲାଲ ବୋଲି ଜଣାପଡିଛି । ପୁଲିସ୍ର ସୂଚନା ଅନୁଯାଇ ଅବଦୁଲ ଓ ତାଙ୍କ ସ୍ତ୍ରୀ ସଫିନା ବେଗମ ଦୀର୍ଘ ୩ ବର୍ଷ ଧରି ପଲ୍ଲା ତୋଟାପଡ଼ା ଗ୍ରାମର ଜ୍ୟୋତ୍ସ୍ନା ମାଇଁଙ୍କ ଘରେ ଭଡା ସୂତ୍ରରେ ରହି ଆସୁଥିଲେ । ତେବେ ଆଜି ସକାଳୁ ସ୍ତ୍ରୀ ସଫିନା ବଜାରକୁ ସଉଦା ନିମନ୍ତେ ଯାଇ ଘରକୁ ଫେରିବା ବେଳେ ସ୍ୱାମୀ ଅବଦୁଲ କବାଟ ଖୋଲି ନଥିଲେ ବୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଜଣାପଡିବା ଅନୁଯାଇ ସଫିନା ସକାଳେ ବଜାରକୁ ଯାଇଥିବା ବେଳେ ଅବଦୁଲ ଘରେ ରହିଥିଲେ । କିଛି ସମୟ ପରେ ସଫିନା ଘରକୁ ଫେରି କବାଟ ବଡ଼ାଇଥିଲେ । ତେବେ ଅବଦୁଲ ଶୁଣିନଥିବାରୁ ସଫିନା ଘର ମାଲିକଙ୍କୁ ଜଣାଇଥିଲେ । ଘର ମାଲିକ ଘଟଣା ସ୍ଥଳରେ ପଂହଁଚି ସଂଗେ ସଂଗେ ଖୋର୍ଦ୍ଧା ଆଦର୍ଶ ଥାନାକୁ ଖବର ଦେଇଥିଲେ । ଖବର ପାଇଁ ଖୋର୍ଦ୍ଧା ପୁଲିସ ଘଟଣା ସ୍ଥଳରେ ପଂହଁଚି କବାଟ ଭାଙ୍ଗି ଦେଖିବା ବେଳକୁ ଅବଦୁଲ ଏକ ଓଢଣିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୁଲିସ ଅବଦୁଲକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତର ଖାନାକୁ ପଠାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଥିଲେ । ଖୋର୍ଦ୍ଧା ପୁଲିସ ଏକ ଅପମୃତ୍ୟୁ ମାମଲା ୠଜୁକରି ଶବକୁ ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ବେଳେ । ଅବଦୁଲର ଆତ୍ମହତ୍ୟାର କାରଣ ତଦନ୍ତ ଜଣା ପଡିବ ବୋଲି ଥାନା ଅଧିକାରୀ ସଞ୍ଜୟ ନାୟକ ପ୍ରକାଶ କରିଛନ୍ତି।