14.1 C
Bhubaneswar
Saturday, December 6, 2025
Homeଅପରାଧସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ

ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ

ପ୍ରୟାଗରାଜ: ଦିଲ୍ଲୀର ଦମ୍ପତି ପ୍ରୟାଗରାଜ ଆସିଥିଲେ କୁମ୍ଭମେଳା ଦେଖିବା ପାଇଁ । କିନ୍ତୁ ସ୍ତ୍ରୀ ଜାଣି ନ ଥିଲା କୁମ୍ଭମେଳାରେ ପୁଣ୍ୟ କଲା ପରେ ସେ ସବୁଦିନ ପାଇଁ ଆଖିବୁଜିଦେବ । ୪୮ ବର୍ଷୀୟ ଅଶୋକ କୁମାର ଦିଲ୍ଲୀର ତ୍ରିଲୋକପୁରିରେ ରୁହନ୍ତି । ଅଶୋକ ସ୍ତ୍ରୀଙ୍କୁ ସାଥୀରେ ଧରି ପ୍ରୟାଗରାଜ ଆସିଥିଲେ । ସେଠାରେ ସେମାନେ ଏକ ଘର ଭଡ଼ା ନେଇ ରହିଲେ । ସେହିଦିନ ରାତିରେ ହିଁ ସ୍ତ୍ରୀ ଗଳାକାଟି ହତ୍ୟା କଲା ଅଶୋକ । କିଛି ଘଣ୍ଟା ପରେ ସ୍ତ୍ରୀ ନିଖୋଜ ଥିବାନେଇ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରି ଫେରାର ହୋଇଗଲା ଅଶୋକ । ପରଦିନ ଭଡ଼ା ଘର ଗାଧୁଆ ଘରୁ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଲା । ଯାହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କଲା । ଘର ଭଡ଼ା ନେବାବେଳେ ଆଇଡି ଫ୍ରୁଫ୍ ଦେଇ ନ ଥିବା କାରଣରୁ ପୋଲିସକୁ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା ।

ମୃତଦେହର ପରିଚୟ ଖୋଜିବା ପାଇଁ ପୋଲିସ ଉଭୟ ସୋସିଆଲ ମିଡିଆ ଓ ସିସିଟିଭି ଫୁଟେଜ ଚେକ୍ କରିବା ଆରମ୍ଭ କଲା । ମୃତାଙ୍କ ଭାଇ ଓ ୨ ପୁଅ ସୋସିଆଲ ମିଡିଆ ସାହାଯ୍ୟରେ ଶବର ଚିହ୍ନଟ କରି ଦିଲ୍ଲୀ ଥାନାରେ ସୂଚନା ଦେଲେ । ଏହାପରେ ଦିଲ୍ଲୀ ପୋଲିସ ପ୍ରୟାଗରାଜ ପୋଲିସ ସହ କଥା ହୋଇ ଶବର ପରିଚୟ ମିନାକ୍ଷୀ ଭାବେ ଚିହ୍ନଟ ହେଲା । ସ୍ୱତନ୍ତ୍ର ପୋଲିସ ଟିମ୍ ମିନାକ୍ଷୀଙ୍କ ହତ୍ୟାକାରୀ ସ୍ୱାମୀଙ୍କୁ ଧରିବାରେ ଶୁକ୍ରବାର ରାତିରେ ସଫଳ ହେଲା । ଛୁରୀରେ ସ୍ତ୍ରୀ ଗଳା କାଟି ହତ୍ୟା କରିଥିଲା । ଅନ୍ୟ ମହିଳାଙ୍କ ସହ ଅଶୋକର ସମ୍ପର୍କ ଥିବା ଜାଣିବା ପରେ ଉଭୟଙ୍କ ମଧ୍ୟରେ କଳିଗୋଳ ଲାଗିରୁହେ। ଯେଉଁ କାରଣରୁ ସେ ୩ ମାସ ହେବ ସ୍ତ୍ରୀ ମିନାକ୍ଷୀଙ୍କୁ ହତ୍ୟା କରିବାର ଯୋଜନା କରୁଥିଲା ବୋଲି ଅଭିଯୁକ୍ତ ପୋଲିସକୁ କହିଲା । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking