18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପ୍ରେମିକା ସାଙ୍ଗେ ମିଶି ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ପ୍ରେମିକା ସାଙ୍ଗେ ମିଶି ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଦିଲ୍ଲୀ: ପ୍ରେମ, ବିବାହ, ଷଡଯନ୍ତ୍ର, ହତ୍ୟା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭାରତର ରାଜଧାନୀ ଦିଲ୍ଲୀରେ । ସ୍ତ୍ରୀ ଏବଂ ୧୬ ବର୍ଷୀୟ ଝିଅ ଥାଇ ବି ଅନ୍ୟଜଣେ ନାରୀଙ୍କ ପ୍ରେମରେ ପଡିଗଲେ ସ୍ୱାମୀ। ଏହାପରେ ପ୍ରେମିକା ସହ ମିଶି ସ୍ତ୍ରୀଙ୍କୁ କଲେ ହତ୍ୟା। ୨୦୧୮ ମସିହା ଅକ୍ଟୋବର ମାସ । ଏହି ଦିନ ଘଟିଥିଲା ଏହିଭଳି ଅଭାବନୀୟ ଘଟଣା । ମଞ୍ଜୀତ ସିଂହଙ୍କ ପତ୍ନୀ ସୁନୀତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆଉ ଏ ହତ୍ୟା କରିଥିଲେ, ଖୋଦ ମଞ୍ଜୀତ ସିଂହ , ନିଜ ପ୍ରେମିକା ଏବଂ ଆଉ ୪ଜଣ । ଏହା ଏକ ପ୍ରେମ କାହାଣୀର ଭୟଙ୍କର ପରିଣାମ ଥିଲା ଯାହା ଏକ ସାକ୍ଷାତରୁ ଆରମ୍ଭ ହୋଇ ହତ୍ୟାରେ ପରିଣତ ହୋଇଥିଲା। ବଡ ପରଦାରେ ଆସିବା ପାଇଁ ଆଞ୍ଜେଲ ଗୁପ୍ତା, ଯାହାଙ୍କ ପ୍ରକୃତ ନାମ ଶଶିପ୍ରଭା ନିଜକୁ ଆଞ୍ଜେଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। କମ୍ ବଜେଟର ଚଳଚ୍ଚିତ୍ର, କିଛି ଆଇଟମ୍ ଗୀତ ଏବଂ ପତ୍ରିକା କଭର ଫିଚରରେ ଏକ ଛୋଟ କାମ ପରେ, ମୁମ୍ବାଇର ଗ୍ଲାମର ଦୁନିଆ ତାଙ୍କ ପାଇଁ ଫିକା ପଡ଼ିଗଲା ଏବଂ ସେ ଦିଲ୍ଲୀ ଚାଲିଗଲେ।

ସେଠାରେ ତାଙ୍କର ମଞ୍ଜୀତ ନାମକ ଜଣେ ଡିଲରଙ୍କ ଭେଟ ହୋଇଥିଲା । ମଞ୍ଜୀତଙ୍କ ସ୍ତ୍ରୀ ଏବଂ ୧୬ ବର୍ଷର ଝିଅ ଥିବା କଥା ଜାଣି ମଧ୍ୟ ସେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।ଆଞ୍ଜେଲଙ୍କ ସହ ସମୟ ବିତାଇବା ପାଇଁ ଘର ବାହାରକୁ ଯାଉଥିଲେ ମଞ୍ଜିତ । ଏହି କଥା ଆଞ୍ଜେଲଙ୍କ ବାପା ରାଜୀବ ଜାଣିବା ପରେ ମଞ୍ଜୀତଙ୍କୁ ଜଣଙ୍କୁ ବାଛିବାକୁ କହିଥିଲେ – ତାହା ଥିଲା ଆଞ୍ଜେଲଙ୍କ ସହିତ ରହିବା , ସୁନିତା ଏବଂ ତାଙ୍କ ଝିଅଙ୍କୁ ଭୁଲିଯିବା ନହେଲେ ଆଞ୍ଜେଲଙ୍କୁ ଛାଡି ସୁନିତା ଏବଂ ତାଙ୍କ ଝିଅ ପାଖକୁ ଫେରିଯିବା। ତା ପରେ ସେମାନଙ୍କ ମୁଣ୍ଡରେ ପଶିଥିଲା ହତ୍ୟାର ଷଡଯନ୍ତ୍ର । ଦୁଇଜଣ ମିଶି ରାଜୀବଙ୍କ ଡ୍ରାଇଭରଙ୍କୁ ଡାକି ଟଙ୍କାର ଲୋଭ ଦେଖାଇ ହତ୍ୟାର ଷଡଯନ୍ତ୍ର ରଚିଥିଲେ । ସେମାନେ ଏହି କାର୍ଯ୍ୟ ପାଇଁ୧୦ ଲକ୍ଷ ଟଙ୍କା ଡ୍ରାଇଭରଙ୍କୁ ଦେଇଥିଲେ ମଧ୍ୟ । ତା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ର ଖୋଳତାଡ ପରେ ସୁନିତାଙ୍କ ଡାଏରୀରୁ ତାଙ୍କୁ ସୁରାକ ମିଳିଥିଲା , ଯେଉଁଥିରେ ସୁନିତା ତାଙ୍କ ସ୍ୱାମୀଙ୍କର ପ୍ରେମ କାହାଣୀ ବିଷୟରେ ଲେଖିଥିଲେ । ଶେଷରେ ୨ଜଣ ନିଜ ଅପରାଧ ସ୍ୱୀକାର କଲେ ଏବଂ ସେମାନଙ୍କର ଘାତକ ପ୍ରେମ କାହାଣୀର ଅନ୍ତ ଘଟିଥିଲା। ଯାହାର ଫଳସ୍ୱରୂପ ଥିଲା ଆଜୀବନ କାରାଦଣ୍ଡ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking