27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶପତ୍ନୀକୁ ଅନ୍ୟ ଯୁବକ ସହ କାରରେ ଦେଖି ନିଆଁ ଲଗାଇଦେଲା ସ୍ୱାମୀ

ପତ୍ନୀକୁ ଅନ୍ୟ ଯୁବକ ସହ କାରରେ ଦେଖି ନିଆଁ ଲଗାଇଦେଲା ସ୍ୱାମୀ

ତିରୁବନନ୍ତପୁରମ୍‌: ପତ୍ନୀକୁ ଅନ୍ୟ ଯୁବକ ସହ କାରରେ ଦେଖି ନିଆଁ ଲଗାଇଦେଲା ସ୍ୱାମୀ। ପ୍ରଥମେ ରାସ୍ତାରେ ପତ୍ନୀଙ୍କ କାର୍ ଦେଖି ପିଛା କରିଥିଲା ଅଭିଯୁକ୍ତ। କିଛି ବାଟ ଯିବା ପରେ କାରରେ ଜଣେ ଯୁବକ ବସିଥିବା ଦେଖି ଅଭିଯୁକ୍ତ ରାଗିଯିବା ସହ କାର୍ ଅଟକାଇଥିଲା। ଏହା ପରେ ସେ କାରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ପତ୍ନୀଙ୍କ ବନ୍ଧୁ ଗୁରୁତର ଭାବେ ଜଳି ଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ କହିଛି ଯେ, ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ କେରଳର କୋଲମ ସହରରେ ଏହି ଘଟଣା ଘଟିଥିଲା। ମୃତକ ୪୪ବର୍ଷୀୟା ଅନୀଲା ନିଜ ବନ୍ଧୁଙ୍କ ସହ କାରରେ କୌଣସି ସ୍ଥାନକୁ ଯାଉଥିଲେ। ଅଭିଯୁକ୍ତ ପଦ୍ମରାଜନ୍ ତାଙ୍କ ପତ୍ନୀଙ୍କ କାରକୁ ଦେଖି ଅନ୍ୟ ଏକ ଗାଡିରେ ତାଙ୍କୁ ଅନୁସରଣ କରିଥିଲେ। ରାତି ପ୍ରାୟ ୯ଟା ସମୟରେ କୋଲମ ସିଟି ଇଷ୍ଟ ପୁଲିସ ଷ୍ଟେସନର ଚେମାମୁକ୍କୁଠାରେ ଅଟକାଇଥିଲେ। ଏହା ପରେ ସେ ଗାଡିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡି ହୋଇ ଅନୀଲାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ଗୁରୁତର ଥିବା ଜଣାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking