30.1 C
Bhubaneswar
Saturday, March 21, 2026
Homeଓଡିଶାଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ଜଳେଶ୍ୱର: ଏବେ ବି ଝିଅ ଅଲୋଡ଼ା। ଝିଅ ଜନ୍ମ କରିବା ପାପ। ଏକଥା ମେ କହୁନାହୁଁ ଆଜ୍ଞା ଏପରି ଏକ ଘଟଣା ଓଡ଼ିଶାର ଜଳେଶ୍ୱରରେ ଘଟିଛି। ଝିଅ ଜନ୍ମ କରିବା ଜଣେ ମା’ ପାଇଁ ଅଭିଶାପ ପାଲଟିଯାଇଛି। କାରଣ ମାଆ ଟି ଏକ କନ୍ୟା ସନ୍ତାନ ଜନ୍ମ କରିବାରୁ ତାକୁ ତା ପ୍ରାଣ ହାରିବାକୁ ପଡିଛି। ଆଉ ତାକୁ ହତ୍ୟା କରିଛି ତାର ନିଜ ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱରର ପଥରପୁରା ଗାଁରେ। ୧୦ ଦିନ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଉକ୍ତ ଗାଁର ଜଣେ ମହିଳା। ହେଲେ ଝିଅ ଜନ୍ମ ହୋଇଥିବାରୁ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପ ଘର ଲୋକ। ଯେହେତୁ ସେ ଏକ ଝିଅକୁ ଜନ୍ମ ଦେଇଥିଲେ ତେଣୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ବୋହୂକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକ ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ମିଳିବା ପରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ପୋଲିସ ମଧ୍ୟ ଖବର ପାଇ ପହଞ୍ଚିଛି। ସ୍ୱାମୀ ଓ ଶ୍ୱଶୁରଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking