ରାୟଗଡା: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ । ଶେଷଖାଲ ତାନା ଗେଣ୍ଡାୱାଲସ ଗାଁରେ ହତ୍ୟାକାଣ୍ଡ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ହତ୍ୟାକାଣ୍ଡକୁ ନେଇ ଗାଁରେ ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।










