ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଆଦର୍ଶ ଥାନା ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡ ସ୍ଥିତ ମୋରମ ଛଇ ତାରିଣୀ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା l ପ୍ରକ୍ରିୟାପ୍ରିତି ପାଇଁ ସ୍ତ୍ରୀକୁ ପଥରରେ ଛେଚି ଛେଚି ମାରିଦେଲା ସ୍ୱାମୀ l ଘଟଣା ସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ସ୍ୱାମୀକୁ ଗିରଫ କରିଥିବାବେଳେ ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ ଜାରୀ l ସୂଚନା ମୁତାବକ ବ୍ୟାସନଗର ସହର ଅନ୍ତର୍ଗତ କୋର୍ଟ ପଛ ପଟେ ବିନାୟକ ବିହାର ତାରିଣୀ ସାହିରେ କିସାନ ଦାସ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦାସ ଏକ କୁଡ଼ିଆ ଘରେ ରହନ୍ତି l ଗତ କାଲି ରାତିରେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଶହ ଏକ ଘରେ ଅସଂଯତ ଅବସ୍ଥାରେ ଲକ୍ଷ୍ମୀ ଦେଖିଥିଲା l ଯାହାକୁ ନେଇ କିସାନ ଓ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା l କିନ୍ତୁ ଆଜି ସକାଳେ ସ୍ତ୍ରୀ ଲକ୍ଷ୍ମୀ ଏକ ହାଣ୍ଡିଆ ପଡ଼ାକୁ ଯାଇଥିଲା l ଫଳରେ ସ୍ୱାମୀ କିସାନ ଲକ୍ଷ୍ମୀଙ୍କୁ ହାଣ୍ଡିଆ ପଡ଼ାରୁ ଘରକୁ ଡାକି ଆଣିଥିଲା l ଏବଂ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା l କିସାନ ଉତ୍ୟକ୍ତ ହୋଇ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଏକ ମାଙ୍କଡା ପଥରରେ ଛେଚି ଛେଚି ମାରିଦେଇଥିଲା ବୋଲି ସ୍ଥାନୀୟ ସାହି ଲୋକ କହନ୍ତି l ତେବେ ଘଟଣା ଟି ଚାରିଆଡେ ଖେଳି ଯାଇଥିଲା ତେଣୁ ନିଜକୁ ବଞ୍ଚଇବା ଉଦେଶ୍ୟରେ କିସାନ ଏକ ଟାଉଲରେ ମୃତ ସ୍ତ୍ରୀର ବେକରେ ବାନ୍ଧି ଆତ୍ମହତ୍ୟା ରୁପ ଦେବାକୁ ଚେଷ୍ଟା କରିଥିବା ବେଳେ ସାହିର ଲୋକେ କିଷାନକୁ ଅଟକ ରଖି ସ୍ଥାନୀୟ କାଉନସିଲରଙ୍କୁ ଜଣାଇଥିଲେ l ଏବଂ କାଉନସିଲର ଯାଜପୁର ରୋଡ଼ ପୋକିସକୁ ଜଣାଇଥିଲେ l ଖବର ପାଇଁ ଯାଜପୁର ରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କିଷାନକୁ ଥାନାରେ ଅଟକ ରଖିବା ଶହ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଚଳାଇଛି l ଏବଂ ମୃତ ଲକ୍ଷ୍ମୀର ଶବକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଯାଜପୁର ରୋଡ଼ ପୋଲିସ ତଦନ୍ତ ଜାରି ରକିଛି ବୋଲି ଥାନା ଅଧିକାରି ଅସିତ କୁମାର ସାହୁ ସୂଚନା ଦେଇଛନ୍ତି l










