38.8 C
Bhubaneswar
Monday, April 13, 2026
Homeଓଡିଶାସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ପିଟି ପିଟି ମାରି ଦେବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ୱାମୀ ଜଣକ ଏକ ପାଇଖାନା ଟାଙ୍କିରେ ପୋତି ଦେଇଥିଲେ । ବାପାର ଏଭଳି ଜଘନ୍ୟ କାମକୁ ୪ ବର୍ଷର ପୁଅ ସହି ନପାରି ପଡୋଶୀଙ୍କ ନିକଟରେ ହତ୍ୟା ଘଟଣାରେ ଗୁମର ଖୋଲିଛି । ରାଇଘର ଥାନା ଅନ୍ତର୍ଗତ ଯୋଡିଙ୍ଗା ପଞ୍ଚାୟତର ବୋରଗାଁ ଗ୍ରାମର ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ ଏବଂ ପିଲାଙ୍କୁ ନେଇ ଗତ ଶନିବାର ଦିନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇ ଶେଷରେ ସୁବାସ ମନେଇକୁ ପିଟିପିଟି ମାରି ଦେଇଥିଲା । ପ୍ରମାଣ ଲୁଚାଇବାକୁ ଯାଇ ସେଦିନ ରାତିରେ ନିଜ ପାଇଖାନା ଟାଙ୍କିରେ ମନେଇର ମର ଶରୀର ପୋତି ଦେଇଥିଲେ । କିନ୍ତୁ ନିଜ ୪ ବର୍ଷର ପୁଅକୁ ବାପାର ଏଭଳି ଜଘନ୍ୟ କାମକୁ ସହି ନପାରି ସମସ୍ତ ପଡୋଶୀଙ୍କୁ କହିଦେଇଥିଲେ । ଗ୍ରାମବାସୀ ସୁବାସକୁ ଜେରା କରିବା ପରେ ସମସ୍ତ ଘଟଣା ପ୍ରକାଶ କରିଥିଲେ । ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟାଙ୍କିରୁ ଶବ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସ୍ୱାମୀକୁ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking