18.1 C
Bhubaneswar
Monday, November 25, 2024
Homeଅପରାଧପ୍ରେମିକା ସହ ରହିବା ପାଇଁ ପତ୍ନୀ ଓ ୨ଝିଅକୁୁ ହତ୍ୟା କଲା ସ୍ୱାମୀ

ପ୍ରେମିକା ସହ ରହିବା ପାଇଁ ପତ୍ନୀ ଓ ୨ଝିଅକୁୁ ହତ୍ୟା କଲା ସ୍ୱାମୀ

ହାଇଦ୍ରାବାଦ: ପ୍ରେମିକା ସହ ରହିବା ପାଇଁ ପତ୍ନୀ ଓ ୨ଝିଅକୁୁ ହତ୍ୟା କଲା ଅଭିଯୁକ୍ତ ସ୍ୱାମୀ । ୪୫ଦିନ ପରେ ଗିରଫ କଲା ପୁଲିସ । ହତ୍ୟା ପରେ ଫିଜିଓଥେରାପିଷ୍ଟ ଭାବେ କାମ କରୁଥିବା ଅଭିଯୁକ୍ତ ନିଜ ପ୍ରେମିକା ସହ ଘର ଭଡ଼ା ନେଇ ରହିବା ଆରମ୍ଭ କରିଥିଲା । ହତ୍ୟାକୁ ଦୁର୍ଘଟଣା ଦର୍ଶାଇ ପୁଲିସକୁ ବୋକା ବନାଇ ଦେଇଛି ବୋଲି ଭାବି ଅଚିନ୍ତାରେ ରହିବା ଆରମ୍ଭ କରିଥିଲା ଅଭିଯୁକ୍ତ । ହେଲେ ୪୫ଦିନ ପରେ ପୁଲିସକୁ ଘର ବାହାରେ ଦେଖି ଅଭିଯୁକ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏବେ ପୁଲିସ ଅଭିଯୁକ୍ତ ବୋଡା ପ୍ରବୀଣକୁ ଗିରଫ କରିଥିବା ଜଣାପଡ଼ିଛି । ପୁଲିସର କହିବା ମୁତାବକ, ମେ’ ୨୮ରେ ପତ୍ନୀ କୁମାରୀ (୨୯) ଏବଂ ୨ ଝିଅ କ୍ରିଷିକା (୫) ଓ କ୍ରିତିକା (୩)ଙ୍କୁ ହତ୍ୟା କରିଥିଲା ପ୍ରବୀଣ । କାରରେ ଘରଠାରୁ କିଛି ଦୂର ନେଇ କୁମାରୀଙ୍କୁ ଏକ ବିଷାକ୍ତ ଇଞ୍ଜେକ୍ସନ ଦେବା ସହ କ୍ରିଷିକା ଏବଂ କ୍ରିତିକାଙ୍କ ଗଳା ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ପରେ ନିଜକୁ ଆଘାତ ଦେଇ ପୁଲିସକୁ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲା ପ୍ରବୀଣ ।

ପୁଲିସ ପହଞ୍ଚିବା ପରେ କାର୍ ଦୁର୍ଘଟଣା ବୋଲି ଭାବି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲା । ବ୍ୟବଚ୍ଛେଦ ସମୟରେ କୁମାରୀଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯାଇଥିବାର ଚିହ୍ନ ଥିବାରୁ ପୁଲିସ ମନରେ ସନ୍ଦେହ ରହିଥିଲା । ତେଣୁ ଅନ୍ତିମ ସଂସ୍କାର ପରେ ବି ପୁଲିସ ମୃତଦେହ ମିଳିଥିବା କାରକୁ ଭଲ ଭାବେ ଯାଞ୍ଚ କରିଥିଲା । ଯାଞ୍ଚ ପରେ ଭିତରୁ ଏକ ସିରିଞ୍ଜ ବାହାରିବାରୁ ଏହାର ପରୀକ୍ଷା ପାଇଁ ଫରେନସିକ୍ ବିଭାଗକୁ ପଠାଯାଇଥିଲା । ଯାଞ୍ଚ ପରେ ସିରିଞ୍ଜରେ ଏକ ବିଷାକ୍ତ ଜିନିଷ ଲାଗିଥିବା ଜାଣିବାକୁ ପାଇଥିଲା ପୁଲିସ । ଏମଧ୍ୟରେ ୪୫ଦିନ ବିତିସାରିଥିଲା । ପୁଲିସ କୌଣସି କଲ୍ କରିନଥିବାରୁ ହତ୍ୟା କରି ଖସିଯାଇଥିବା ଭାବି ଖୁସି ହେଉଥିଲା ପ୍ରବୀଣ । ହେଲେ ୪୫ଦିନ ପରେ ପୁଲିସକୁ ସିରିଞ୍ଜର ସତ୍ୟତା ଜଣାପଡ଼ିବାରୁ ପ୍ରବୀଣକୁ ଅଟକ ରଖି ପଚରାଉଚରା କରିଥିଲା, ଯାହା ପରେ ପ୍ରବୀଣ ସବୁ ସତ ମାନି ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking