ନୂଆଦିଲ୍ଲୀ: ଯୌତୁକ ଦାବି ପୂରଣ ନକରିବାରୁ ସ୍ତ୍ରୀକୁ ଛାଡପତ୍ର ଦେଲେ ସ୍ୱାମୀ । ଏନେଇ ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅନୁସାରେ ମହିଳାଙ୍କ ସ୍ୱାମୀ ସମେତ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ମହିଳା ଜଣଙ୍କ ଡିସେମ୍ବର ୧୩ ୨୦୨୦ରେ ବିବାହ କରିଥିଲେ । ସେ ଜଣେ ମୂକ , ବଧିର । ସଫେଇ କର୍ମଚାରୀ ଭାବରେ କାମ କରନ୍ତି । ସବୁକିଛି ଠିକ ଚାଲିଥିଲା । କିଛି ଦି ପରେ ଶ୍ୱଶୁର ଘର ଲୋକେ ଝିଅକୁ ଯୌତୁକ ପାଇଁ ଦାବି କରୁଥିଲେ । ଏବଂ ନିଯ୍ୟାତନା ଦେଉଥିଲେ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ଶ୍ୱଶୁର ଘର ଲୋକେ ଝିଅକୁ କ୍ଷମା ପ୍ରାର୍ଥନା କରି ଘରକୁ ନେଇଥିଲେ । ତାପରେ କିଛି ଦିନ ପରେ ସମାନ ପରିସ୍ଥିତି ଦେଖା ଦେଇଥିଲା । ଝିଅକୁ ମାଡ ମାରୁଥିଲେ । ତେଣୁ ସେ ମା ଘରକୁ ଚାଲି ଆସିଥିଲେ । କିଛି ଦିନ ପୂର୍ୱରୁ ମହିଳାଙ୍କ ସ୍ୱାମୀ ବହୁଥର ଛାଡପତ୍ର ଦେଇ ଚାଲିଯାଇଥିଲେ ।