25.1 C
Bhubaneswar
Monday, March 2, 2026
Homeଓଡିଶାକେନାଲରେ ବୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କେନାଲରେ ବୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୋଳ: ବଅଁରପାଳ ଥାନା ଅନ୍ତର୍ଗତ ପାଣିଓଳା ଗାଁର ପ୍ରସନ୍ନ ସାମଲ (୬୮) ଆଜି ସକାଳ ସମୟରେ ସବୁଦିନ ଭଳି ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ତୁଠରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରେ ବୁଡି ଯାଇଥିଲେ। କିଛି ସମୟ ପରେ ତାଙ୍କର ଧର୍ମପତ୍ନୀ ବିଦୁଲତା ସାମଲ ସେହି ସ୍ଥାନକୁ ଗାଧୋଇବାକୁ ଆସି ସ୍ୱାମୀ ପାଣିରେ ଭାସୁଥିବା ଦେଖି ପାଣି ଭିତରକୁ ଡ଼େଇଁ ପଡ଼ିଥିଲେ। ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଯାଇ ସେ ପାଣି ଭିତରେ ବୁଡି ଯାଇଥିଲେ। ସେତିକିବେଳେ ସ୍ଥାନୀୟଲୋକ ପାଟିଶୁଣି ଆସି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରସନ୍ନ ଅଚେତ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମପତ୍ନୀ ବିଦୁଲତା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ଖବରପାଇ ତାଳଚେର ମେଡିକାଲରେ ବିଜେପି ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସ୍ଥାନୀୟ ସରପଞ୍ଚ ଚାପିଲିନ ସାହୁ, ବଅଁରପାଳ ମଣ୍ଡଳ ଉପସଭାପତି ଶରତ ସାମଲ, କୋଷାଧକ୍ଷ ପୂର୍ଣଚନ୍ଦ୍ର ସାହୁ, ବରିଷ୍ଠ ନେତା ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ ଓ ବହୁ ଗ୍ରାମବାସୀ ପ୍ରମୁଖ ପହଞ୍ଚି ଘଟଣା ସମ୍ପର୍କରେ ବୁଝି ଶୋକବ୍ୟକ୍ତ କରିବା ସହ ପୁଲିସପ୍ରଶାସନ ଓ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking