18.1 C
Bhubaneswar
Monday, February 2, 2026
Homeଓଡିଶାସ୍ତ୍ରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ

ସ୍ତ୍ରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ବାମୀ

ଜଳେଶ୍ବର : କାଳ ହେଲା ପାରିବାରିକ କଳହ । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗ୍ରାମରେ । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ରାଇବଣିଆ ଥାନା ପୋଲିସ । ମୃତକ ହେଲେ ଜୟନ୍ତୀ ପାତ୍ର । ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।ସୂଚନା ଅନୁଯାୟୀ ଚାକୁଆପାଳ ଗ୍ରାମର ଚନ୍ଦ୍ର ମୋହନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଭିତରେ ଗତକାଲି କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏହା ପରେ ଚନ୍ଦ୍ର ମୋହନ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ବେକ କାଟି ଶରୀରରୁ ମୁଣ୍ତକୁ ଅଲଗା କରି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜୟନ୍ତୀଙ୍କ ମୃତ୍ଯୁ ହୋଇଥିଲା । ଏହା ପରେ ସ୍ବାମୀ ଚନ୍ଦ୍ର ମୋହନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଖବର ପାଇ ରାଇବଣିଆ ଥାନା ପୋଲିସ ଏବଂ ଜଳେଶ୍ବର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking