14.1 C
Bhubaneswar
Wednesday, January 14, 2026
Homeଓଡିଶାସ୍ତ୍ରୀକୁ ବାଡିରେ ପିଟି ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ବାଡିରେ ପିଟି ପିଟି ହତ୍ୟା କଲା ସ୍ୱାମୀ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ହାଟିଙ୍ଗଟୋଲାରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ ନେଇ ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମହାପ୍ରଭୁଙ୍କର ରଥଯାତ୍ରା ଥିବାବେଳେ ସ୍ଵାମୀ ଏବଂ ସ୍ତ୍ରୀ ଯାତ୍ରା ଦେଖିବାକୁ ଯାଇଥିଲେ। କିନ୍ତୁ ରାତିରେ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସ୍ଵାମୀଏଥିରେ ଉତ୍ତ୍ୟକ୍ତ ହୋଇ ଏକ ବାଡିରେ ପିଟି ପିଟି ପତ୍ନୀକୁ ହତ୍ୟା କରିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖି ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking