31.1 C
Bhubaneswar
Saturday, March 7, 2026
Homeଓଡିଶାସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ

ଦେବଗଡ଼: ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି।ତେବେ ଘରୋଇ କଳିରୁ ସ୍ତ୍ରୀଙ୍କ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ସ୍ବାମୀକୁ ପୋଲିସ ଅଟକ ରଖି   ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସ୍ବାମୀ ଆଉ ସ୍ତ୍ରୀ ବମ୍ପରଡ଼ା ଗ୍ରାମରେ ରୁହନ୍ତି ଏବଂ ମାଗଯାଚି କରି ଚଳନ୍ତି। ହେଲେ ଶୁକ୍ରବାର ରାତି କୌଣସି ଏକ ଘଟଣାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଇଥିଲା। ଫଳରେ ସ୍ବାମୀ ରାଗି ଯାଇ ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ମଧ୍ୟ ଛେଚିଛନ୍ତି। ପରେ ପିଟିପିଟି ମାରିଦେଇଛନ୍ତି। ଯାହା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking