21.1 C
Bhubaneswar
Friday, February 6, 2026
Homeଓଡିଶାସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ୩୧ବର୍ଷୀୟ ଯୁବତୀକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଗୁଣନିଧି କିସାନ‌କୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ପୁଅ ଗୁଣନିଧି କିସାନ  ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ମାତ୍ର ଆଜି ରାଧାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଲୋକେ ଦେଖିଥିଲେ । ଏସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତ ରାଧାଙ୍କ ଶବକୁ ଜବତ କରିବା ସହ ସଂଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୁଲିସ ଅଟକ ରଖି  ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking