ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣ । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିପ୍ସ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି । ମୋଦୀ କହିଛନ୍ତି, ସମସ୍ତ ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ବି ଅଲଗା । ନିଜ ଶୈଳୀରେ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ମୋଦୀ ଆହୁରି କହିଛନ୍ତି, ପ୍ରଥମେ ନିଜ ଅନୁଭବକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଚେଷ୍ଟା କର । ନିଜ ରୁଚି ଅନୁସାରେ କାମ କରିବା ସହ ପାଠପଢାରେ ମନ ଦିଅ ।
ଅନ୍ୟପଟେ, ଛାତ୍ରୀଛାତ୍ରୀଙ୍କୁ ଭଲ ଭାବରେ ଗଢିବାକୁ ଶିକ୍ଷକ- ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ମଧ୍ୟ ଦେଇ କହିଛନ୍ତି, ନିଜ ଶୈଳୀରେ ପାଠ ପଢିବା ସହ ସର୍ବଦା ଉତ୍ତମ ଅଭ୍ୟାସ ରଖ । ଟାଇମ ମ୍ୟାନେଜମେଣ୍ଟ ଓ ବ୍ୟାୟାମ ଉପରେ ଅଧିକ ଫୋକସ କର । ପାଠ ପଢିବା ସହ ଆଉଟ ନଲେଜ ଆହୋରଣ କରିବା ଦରକାର । ଶିକ୍ଷା ଓ ସ୍କିଲ କ୍ୟାରିୟରରେ ଭାଇଭଉଣୀ, ଅଣଦେଖା କରନାହିଁ । ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଜରୁରୀ । ନିଦ ଓ ଯୋଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆହୁରି କହିଛନ୍ତି, ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଦରକାର । ମାର୍କ ଓ ପରୀକ୍ଷାରେ ନିଜକୁ ସୀମୀତ ନ ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି ପାଠ ପଢିଲେ ସଫଳତା ନିଶ୍ଚିତ ମିଳିବ । ପ୍ରତି ପିଲାଙ୍କ ସଫଳତା ହିଁ ଅଭିଭାବକଙ୍କ ସମ୍ମାନ ହୋଇଥାଏ । ଟାଇମ ମ୍ୟାନେଜମେଣ୍ଟ କରି ପଢିବା ପ୍ରସ୍ତୁତି ସର୍ବଦା କର । ଟାଇମ ମ୍ୟାନେଜମେଣ୍ଟ କରି ପାରିଲେ ଜୀବନରେ ସବୁ ସମ୍ଭବ । ଜୀବନରେ ସ୍ୱପ୍ନ ଦେଖିବା ଏକ ଅପରାଧ ସଦୃଶ । କେବେ କାହାକୁ କପି କରି ପାଠ ପଢିବାକୁ ଚେଷ୍ଟା କରନି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିକଶିତ ଭାରତ ଗଢିବା ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ । ବିଦେଷୀ ଛାଡି ସ୍ୱେଦେଶୀ ଆପଣାଇବାକୁ ଉଦ୍ୟମ ଆବଶ୍ୟକ । ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନରେ ଭାଗିଦାରୀର ଆବଶ୍ୟକତା ଅଛି । ଗେମିଂ ଶିକ୍ଷା ଲାଭ କର, ହେଲେ ଟଙ୍କା କାରବାର କରନାହିଁ । ଏଆଇର ସଠିକ ଉପଯୋଗ କରି ସଂସ୍କାର ଆଣିବାକୁ ଚେଷ୍ଟା କର ।










