17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକେମିତି ନିଜ ଆସନ ବଞ୍ଚାଇବେ ଟ୍ରୁଡେୟୁ; ଇସ୍ତଫା ଦାବିରେ ନିଜ ଦଳର ୨୪ ସାଂସଦ ଅଟଳ

କେମିତି ନିଜ ଆସନ ବଞ୍ଚାଇବେ ଟ୍ରୁଡେୟୁ; ଇସ୍ତଫା ଦାବିରେ ନିଜ ଦଳର ୨୪ ସାଂସଦ ଅଟଳ

ଓଟାୱା: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତ ବିରୋଧରେ ବାରମ୍ବାର ବିଷ ଓଗାଳିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପରିସ୍ଥିତି ଏବେ ଏପରି ହୋଇଛି ସେ ନିଜ ପ୍ରଧାନମନ୍ତ୍ରୀ ପଦକୁ ବଞ୍ଚାଇବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ବାଧ୍ୟ ହୋଇପଡିଛନ୍ତି। ରିପୋର୍ଟ ଅନୁସାରେ ଟ୍ରୁଡେୟୁଙ୍କ ନିଜ ଦଳ ଲିବରାଲ୍ ପାର୍ଟି ଅଫ୍ କାନାଡା (ଏଲ୍‌ପିସି) ହିଁ ତାଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି। ଦଳର ପ୍ରାୟ ୨୪ଜଣ ସାଂସଦ ଟ୍ରୁଡେୟୁଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛନ୍ତି।

ଦଳ ପକ୍ଷରୁ ବୁଧବାର (୨୩ ତାରିଖ) ଆୟୋଜିତ ଏକ ବୈଠକରେ ଟ୍ରୁଡେୟୁଙ୍କ ଇସ୍ତଫା ସମର୍ଥନରେ ବହୁମତ ପ୍ରକାଶ ପାଇଛି। ଦଳର କିଛି ସାଂସଦ ତଥା ସିନେଟର ଏବେ ବି ଟ୍ରୁଡେୟୁଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ ମଧ୍ୟ ଟ୍ରୁଡେୟୁଙ୍କୁ ନିଜ ଆଡୁ କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦଳ ଜଣାଇ ଦେଇଛି। ଏଥିପାଇଁ ଟ୍ରୁଡେୟୁଙ୍କୁ ଅକ୍ଟୋବର ୨୮କୁ ଡେଡ୍‌ଲାଇନ ବା ଶେଷ ସମୟ ଭାବେ ପ୍ରଦାନ କରାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଯଦି ସେ ଏହି ସମୟ ସୁଦ୍ଧା ନିଜ ପଦରୁ ସ୍ୱେଚ୍ଛାକୃତ ଭାବେ ଅବ୍ୟାହତି ନନିଅନ୍ତି ତେବେ ତାଙ୍କୁ ଅପମାନିତ କରି ଦଳରୁ ଓ ପଦରୁ ବହିଷ୍କାର କରାଯିବ ବୋଲି ମଧ୍ୟ ଦଳର ଏହି ବିଦ୍ରୋହୀ ସାଂସଦଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ମୋଟାମୋଟି ଜଷ୍ଟିନ ଟ୍ରୁଡେୟୁ ଏବେ ରାଜନୈତିକ ଅନ୍ଧକାରର ସମ୍ମୁଖୀନ ହେବା ଆରମ୍ଭ କରିଛନ୍ତି।

ବୁଧବାର ବସିଥିବା ବୈଠକରେ ଟ୍ରୁଡେୟୁଙ୍କ ନିଜ ଦଳର ୨୪ ସାଂସଦ ତାଙ୍କ ଇସ୍ତଫା ଦାବି କରିଥିଲେ। ଏଥିପାଇଁ ସେମାନେ ଏକ ଚୁକ୍ତିନାମାରେ ଦସ୍ତଖତ ମଧ୍ୟ କରିଥିଲେ। ତେବେ ଦଳୀୟ ସାଂସଦଙ୍କ ବିରୋଧ ଟ୍ରୁଡେୟୁଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ଦଶନ୍ଧି ଧରି ଟ୍ରୁଡେୟୁ ଶାସନ କ୍ଷମତାରେ ରହିଥିବା ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇନଥିଲେ। କିନ୍ତୁ ଟ୍ରୁଡେୟୁଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଆଶଙ୍କା କରାଯାଉଛି। ଭାରତ ବିରୋଧରେ ସେ ବରାବର ଟିପ୍ପଣୀ କରିବା ଯୋଗୁ ଦଳ ପ୍ରତି ଜନସମର୍ଥନ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଦଳୀୟ ସାଂସଦମାନେ ଏବେ ଟ୍ରୁଡେୟୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛନ୍ତି। ଏପରିକି ଲିବରାଲ ପାର୍ଟିର ସାଂସଦମାନେ ଜଷ୍ଟିନ ଟ୍ରୁଡେୟୁଙ୍କୁ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ମଧ୍ୟ ଚେତାବନୀ ଦେଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking