କଟକ: ହାଇକୋର୍ଟରେ ବାଂଲାଦେଶୀ ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲା । ଜନସ୍ୱାର୍ଥ ମାମଲାକୁ ଗୁରୁତର ସହ ନେଇଛନ୍ତି ହାଇକୋର୍ଟ । ଟାସ୍କଫୋର୍ସ ଗଠନ ହୋଇଛି କି ନାହିଁ ରିପୋର୍ଟ ମାଗିଲେ ହାଇକୋର୍ଟ । ୩ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ତଥ୍ୟ ରଖିବାକୁ ଦେଲେ ନିର୍ଦ୍ଦେଶ । ଏନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଇନ କାର୍ଯ୍ୟକାରୀ ହୋଇଛି କି ନାହିଁ ଜଣାଅ । କାହାକୁ ରିପୋର୍ଟ ଦିଆଯାଇଛି, ,ବିଶେଷ ତଥ୍ୟ ଦାଖଲ କର । ୩ ସପ୍ତାହ ପରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ।










