ଭୁବନେଶ୍ୱର: ଆଜିର ସମାଜରେ ଅନେକ ନେତା ନେତ୍ରୀଙ୍କ ଶାସନ ପଦ୍ଧତି ଦେଖୁଛୁ। କିନ୍ତୁ ବିଗତ ଦିନର ସରକାର କଥା କୁହନ୍ତୁ କିମ୍ବା ବର୍ତ୍ତମାନର ସରକାର ଏମାନଙ୍କ ସାଶନ ପଦ୍ଧତି ପୁରା ଭିନ୍ନ । ବର୍ତ୍ତମାନର ସରକାର ପୂର୍ବ ସରକାର ଠାରୁ ଦୁର୍ନୀତି ଖୋର ଅଫିସର ମାନଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଯାହା ଫଳରେ ଅନେକ ଦୁର୍ନୀତି ଖୋର ଅଫିସର ଧରାପଡ଼ି ଜେଲ ଯାଉଛନ୍ତି ଏବଂ ବହିଷ୍କାର ହେଉଛନ୍ତି ନିଜ ଚାକିରିରୁ । ତେବେ ଗୋଟିଏ କଥା ଏବେ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ହେଉଛି । ଏହି ଦୁର୍ନୀତି ଖୋର ଓଏପିଏସ ଅଫିସରଙ୍କୁ କିପରି ମିଳିଲା ପୁଣି ନିଯୁକ୍ତି । ତେବେ ଜାଣିଛନ୍ତି କି ଆମେ କେଉଁ ଅଫିସର କଥା କହିବାକୁ ଯାଉଛୁ। କିଏ ଏହି ଓଏପିଏସ ଅଫିସର । ଇଏ ସେହି ଓଏପିଏସ ଅଫିସର ଯିଏ ଗତ ୩୦ ସେପ୍ଟେମ୍ବର ୨୦୨୩ରେ ଢେଙ୍କାନାଳରୁ ନିଯେ ବ୍ୟବହାର କରୁଥିବା ସରକାରୀ ଗାଡ଼ିରେ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଉଥିଲେ । ଆଉ ସେହି ସମୟରେ ଭିଜିଲାନ୍ସ ମାଡିବସି ଥିଲା ଏହି ସରକାରୀ ବାବୁ ଉପରେ । ସରକାରୀ ବାବୁଙ୍କ ନା ହେଉଛି ସୁନୀଲ କୁମାର ବେହେରା । ଏହି ବାବୁଙ୍କ ସରକାରୀ ତଥା ନିଜ ବାସ ଭବନରରୁ ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜେଲ ଯାଇଥିଲେ ସୁନୀଲ। ତେବେ ଏବେ ପ୍ରଶ୍ନ ଉଠୁଛି ଏଭଳି ଦୁର୍ନୀତି ଖୋର ଓଏପିଏସକୁ କିପରି ପୁନର୍ବାର ନିଯୁକ୍ତି ମିଳିଲା । ସେପୁଣି ମାଲକାନଗିରି ଭଳି ଗୁରୁତ୍ୱ ପୂର୍ଣ୍ଣ ଅଂଚଳରେ । ଏହି କଥା ଭବିଲା ବେଳକୁ ସମସ୍ତଙ୍କ ମୁଣ୍ଡ ବ୍ୟଥା ର କାରଣ ସାଜିଛି । ଅନ୍ୟ ପକ୍ଷରେ ଓଏପିଏସ ଅଫିସର ସୁନୀଲ ବେହେରା ପୋଷ୍ଟିଙ୍ଗ ପାଇବା କ୍ଷଣି ପୁଣି ନିଜର ଦୁର୍ନୀତି ର କଳା କରନାମା ଆରମ୍ଭ କରିଦେଇଛନ୍ତି । ତାଙ୍କ ର ପ୍ରତ୍ୟେକ କଳା କାରନାମାର କାହାଣୀ କହିଲେ ନସରେ । ୭ମାସ ଜେଲ ପରେ ମାତ୍ର ମାସେ ତଳେ ଜେଲରୁ ଫେରିଛନ୍ତି । ଏଭଳି ଦୁର୍ନୀତି ଖୋର ଓଏପିଏସ ଅଫିସର ଙ୍କୁ ନିଯୁକ୍ତି ମିଳିବା ପଛରେ କାହାର ହାତ ଅଛି ତାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଖାଲି ସେତିକି ନୁହେଁ ଗତ କାଲି ସରକାରି ଭାବରେ ପ୍ରକାଶ ପାଇଥିବା ଏକ ଚିଠିରେ କନେଷ୍ଟବଳ ଇଣ୍ଟର୍ଭିୟୁ ରେ ଏହି ଦୁର୍ନୀତି ଖୋର ଓଏପିଏସ ଅଫିସରଙ୍କୁ ତାର ଚୈୟାର ମ୍ୟାନ ଭାବରେ ରଖାଯାଇଛି । ଏହା ପଛରେ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଅବସର ନେବାକୁ ଆଉ କେବଳ ୫ମାସ ଥିଲା ବେଳେ କେମିତି ପୁନର୍ବାର ମାଲକାନା ଗିରିରେ ପୋଷ୍ଟିଙ୍ଗ ଦିଆଗଲା ସରକାର ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବାର ନାରା ଦେଉଥିବା ବେଳେ ସରକାରି ଘୋଷଣା ଭାବରେ କେମିତି ଜଣେ ଦୁର୍ନୀତି ଖୋର ଅଫିସରଙ୍କୁ ଏତେ ବଡ଼ ଦାୟିତ୍ୱ ମିଳିଛି ତାହା ଜଣେ ନୁଁହ କି ଦୁଇଜଣ ପଖାପଖି ୩୭୨ଜଣ କନେଷ୍ଟ ବଳଙ୍କୁ ନିଯୁକ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ସରକାରଙ୍କୁ ବଦନାମ କରିବାର ଏହା କାହାର ଷଡ଼ଯନ୍ତ୍ର ନୁହେଁ ତ । କଣ ଏଭଳି ଜଣେ ଦୁର୍ନୀତି ଖୋର ଅଫିସରଙ୍କୁ ଏଭଳି ଦାୟୀତ୍ୱ ଦିଆଯିବା କଥା ସରକାର ଜାଣିଛନ୍ତି ।










