29.1 C
Bhubaneswar
Saturday, February 7, 2026
Homeଓଡିଶାଭାଙ୍ଗିଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର

ଭାଙ୍ଗିଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର

ଜଗତସିଂହପୁର: ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ । ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ଘର ଭାଙ୍ଗିବା ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ । ସୂଚନା ଦେଇ କହିଛନ୍ତି ଯେ ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ । ଟିମ୍ ଗଠନ କରି ଘର ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଲାକୁ ଗୁରୁତ୍ୱର ସହ ନେଇଛୁ । ସବୁ ଦିଗରୁ ତଦନ୍ତ ଚାଲିଛି । କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ ।

ସୂଚନାଯୋଗ୍ୟ, ରବିବାର ତରିକୁଣ୍ଡା ପଞ୍ଚାୟତ ସଦର ଥାନା ଅନ୍ତର୍ଗତ ବେହେରାମ ବସ୍ତିରେ ପୋଲିସ ଚଢାଉ କରି ଏକ ଘରୁ ଦୁଇଜଣ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ ଚଢ଼ାଉ ସମୟରେ ଗୋଷ୍ଠୀ ନେତା ସିକନ୍ଦର ଆଲମ ଏବଂ ଅନ୍ୟ ୧୦ ଜଣ ବାଂଲାଦେଶୀ ଖସିଯିବାରେ ସଫଳ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେହି ଗାଁର ସିକୁ ଖାନଙ୍କ ଘରେ ପ୍ରାୟ ୩୦ ଜଣ ବାଂଲାଦେଶୀ ନାଗରିକ ରହୁଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୮ ଜଣ ପୂର୍ବରୁ ଅନ୍ୟ ଅଞ୍ଚଳକୁ ଚାଲିଯାଇଥିବା ଅଭିଯୋଗ ହୋଇଛି, ଯେତେବେଳେ ବାକିମାନେ ଚଢାଉ ବିଷୟରେ ଜାଣିବା ପରେ ଖସି ପଳାଇଥିଲେ । ପୋଲିସ ଘର ମାଲିକଙ୍କୁ ଯୋଗାଇ ଦିଆଯାଇଥିବା ଆଶ୍ରୟସ୍ଥଳ ଏବଂ ଗୋଷ୍ଠୀର ରହିବାର ଉଦ୍ଦେଶ୍ୟ ସମ୍ପର୍କରେ ପଚରାଉଚରା କରୁଛି । ଅଞ୍ଚଳରେ ପ୍ରାୟ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଜଗତସିଂହପୁରରୁ ୨ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking