20.1 C
Bhubaneswar
Sunday, February 8, 2026
Homeଓଡିଶାଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର

ଅନୁଗୁଳ: ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ବଲଙ୍ଗ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରୁ ଗତକାଲି ରାତି ପ୍ରାୟ ଏଗାରଟା ବେଳକୁ ଅଗ୍ନିକାଣ୍ଡ ଘଟିଛି। ଗାଁର ଦିଲ୍ଲୀପ ବିଶ୍ୱାଳ ଓ କଷ୍ଟୁ ନାୟକଙ୍କ ୫ବଖରା ଘର ପୋଡ଼ି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ଦିଲ୍ଲୀପ ବିଶ୍ୱାଳଙ୍କ ୧୦ଟି ଛେଳି ଜୀବନ୍ତ ଜଳି ଯାଇଥିବା ବେଳେ କଷ୍ଟୁଙ୍କ ଝିଅ ବାହାଘର ପାଇଁ ଥିବା ଆସବାବପତ୍ର ପୋଡ଼ିପାଉଁଶ ହୋଇଯାଇଛି। ସେଥିରେ ସୁନା ଅଳଙ୍କାର ସହିତ ୫୦ ହଜାର ଟଙ୍କା ରହିଥିବା ଜଣାପଡ଼ିଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking