28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଦିଲ୍ଲୀବାସୀଙ୍କୁ ନିଶାରେ ବୁଡାଇବାର ଭୟଙ୍କର ଯୋଜନା

ଦିଲ୍ଲୀବାସୀଙ୍କୁ ନିଶାରେ ବୁଡାଇବାର ଭୟଙ୍କର ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କୁ ନିଶାରେ ବୁଡାଇବାର ଭୟଙ୍କର ଯୋଜନା, ଯାହାକୁ ପୋଲିସର ସ୍ପେଶାଲ ସେଲ୍ କରିଛି ପର୍ଦାଫାଶ । ପାର୍ବଣ ପୂର୍ବରୁ ରାଜଧାନୀରୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ତସ୍କରଙ୍କ ଗ୍ୟାଙ୍ଗକୁ ଧରିଛି ପୋଲିସ । ଚଢାଉ ବେଳେ ପ୍ରାୟ ୫୬୦ କିଲୋଗ୍ରାମ ଓଜନ କୋକିନ୍ ଜବତ ହୋଇଛି, ଯାହାର ମୂଲ୍ୟ ୨ ହଜାର କୋଟିରୁ ଅଧିକ । ଏହା ସହ ପୋଲିସ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଏହି କୋକେନ୍‌ର ମୂଲ୍ୟ ୨୦୦୦ କୋଟି ଟଙ୍କାରୁ ଅଧିକ ।

ଏତେ ଅଧିକ ପରିମାଣରେ ମାଦକ ଦ୍ରବ୍ୟ ଜବତ ହେବାପରେ ମାମଲାକୁ ନାର୍କୋ ଟେରର ଆଙ୍ଗେଲରୁ ଯାଞ୍ଚ କରାଯାଉଛି । ଗିରଫ ହୋଇଥିବା ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି । ଏହି ଡ୍ରଗ୍ସ କାହାକୁ ଡେଲିଭରି କରାଯିବାର ଥିଲା ଓ ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ତା’ର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି । ଏହା ଦିଲ୍ଲୀ କୋକେନ୍‌ର ଏପର୍ଯ୍ୟନ୍ତର ସବୁଠାରୁ ବଡ ସିଜର । କୋକେନ୍ ହାଇ ପ୍ରୋଫାଇଲ ପାର୍ଟିରେ ବ୍ୟବହାର ହେଉଥିବା ଡ୍ରଗ୍ସ । ତେଣୁ ବହୁ କିଛି ପ୍ରଭାବଶାଳୀ ଲୋକଙ୍କର ମଧ୍ୟ ଏହା ପଛରେ ହାତ ରହିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking