ପୁରୀ: ସାରା ବିଶ୍ୱରେ ଗୋଟିଏ ଦିନରେ ରଥଯାତ୍ରା ହେବା ଆବଶ୍ୟକ । ଏହା ଉପରେ ଗୁରୁତ୍ୱାରୋପ କଲେ ଗଜପତି ମହାରାଜ । ଇସ୍କନ ଭାରତ ଭିତରେ ଗୋଟିଏ ଦିନରେ ରଥଯାତ୍ରା ପାଇଁ ରାଜି ହୋଇଛି । ଭାରତ ବାହାରେ ଗୋଟିଏ ଦିନରେ ରଥଯାତ୍ରା ପାଇଁ ରାଜି ହୋଇ ନାହାନ୍ତି । ଏନେଇ ଆମେ ଇସ୍କନ ମାୟାପୁରୀକୁ ଅବଗତ କରିସାରିଛୁ । ଏନେଇ ଦୁଇ ଧର୍ମୀୟ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ଆପୋଷ ଆଲେଚନା ଜରିଆରେ ଦ୍ୱନ୍ଦ୍ୱ ଦୂର ନେଇ ଆଶାବାଦୀ । କୋର୍ଟକୁ ଗଲେ କେବେ ସମାଧାନ ଜଣାନାହିଁ । ଆପୋଷ ସମାଧାନ ହେଉ ।