14.1 C
Bhubaneswar
Monday, December 8, 2025
Homeଓଡିଶାହୁଚ୍ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି; କିଙ୍ଗପିନ୍ ସମେତ ୧୦ ଗିରଫ, ୪...

ହୁଚ୍ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି; କିଙ୍ଗପିନ୍ ସମେତ ୧୦ ଗିରଫ, ୪ ଅଧିକାରୀ ନିଲମ୍ବିତ

ଅମୃତସର: ପଞ୍ଜାବର ମାଜିଥା ଅଞ୍ଚଳର ପ୍ରାୟ ୫ଟି ଗାଁରେ ବିଷାକ୍ତ ମଦ ବିଭୀଷିକା ଦେଖିବାକୁ ମିଳିଛି । ଗତକାଲି ଠାରୁ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଅମୃତସରର ହୁଚ୍ ପ୍ରାନ୍ତରେ ଘଟିଥିବା ଏହି ଅଘଟଣରେ ଅନ୍ୟ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ମୁଖ୍ୟ ଯୋଗାଣକାରୀ ଏବଂ ଅଭିଯୁକ୍ତ କିଙ୍ଗପିନ୍ ସମେତ ୧୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ପଞ୍ଜାବ ସରକାର ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୪ ବରିଷ୍ଠ ଅଧିକାରୀ ଯେପରିକି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ୍‌, ଷ୍ଟେସନ ହାଉସ୍ ଅଫିସର (ଏସ୍‌ଏଚ୍‌ଓ), ମାଜିଥା ସବ-ଡିଭିଜନାଲ୍ ଏକ୍ସାଇଜ୍ ଆଣ୍ଡ୍ ଟ୍ୟାକ୍ସେସନ୍ ଅଫିସର ଏବଂ ଏକ୍ସାଇଜ୍ ଇନ୍ସପେକ୍ଟର ପ୍ରମୁଖଙ୍କୁ ନିଲମ୍ବିତ କରିଛନ୍ତି । ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ଭଙ୍ଗାଲୀ, ପାଟାଲପୁରୀ, ମାରାରୀ କାଲାନ, ଥେରେୱାଲ ଏବଂ ତଲୱାଣ୍ଡି ଗୁମାନ ଗ୍ରାମର ଯୁବକମାନେ ଅଛନ୍ତି । ସେହିପରି ଅମୃତସର ସିଭିଲ୍ ହସ୍ପିଟାଲରେ ଜୀବନ ମରଣ ସହ ଜୁଝୁଥିବା ଅନ୍ୟ ୧୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରିବା ପୂର୍ବକ ବେଆଇନ ମଦର ଉତ୍ସ ଖୋଜିବା ଆରମ୍ଭ କରିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମାରାରି କଲାନରେ ପୀଡିତ ପରିବାରଙ୍କୁ ଭେଟି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସେମାନଙ୍କ ପିଲମାନଙ୍କ ପାଠପଢ଼ାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟ ସରକାର ପୀଡିତଙ୍କ ପିଲାମାନଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏତଦ୍‌ବ୍ୟତୀତ, ମୃତକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଏବଂ ଅନ୍ୟାନ୍ୟ ସାହାଯ୍ୟ ଆକାରରେ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇଦିଆଯିବ ବୋଲି ମଧ୍ୟ ଶ୍ରୀ ମାନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାନ୍ କହିଛନ୍ତି, ରାଜ୍ୟ ସରକାର ନକଲି ମଦ ବିକ୍ରୟରେ ସମ୍ପୃକ୍ତ କାହାରିକୁ (ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ) ଛାଡିବେ ନାହିଁ । ଅନ୍ୟପକ୍ଷେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ କିଛି ଦିନ ମଧ୍ୟରେ ଏହି ପ୍ରାନ୍ତରୁ ଅନଲାଇନରେ ୬୦୦ ଲିଟର ମିଥାନଲ ଅର୍ଡର କରାଯାଇଛି, ଯାହା ସମ୍ଭବତଃ ଏହି ଅପମୃତ୍ୟୁଜନିତ ଘଟଣାର କାରଣ ବୋଲି ଅନୁମାନ କରୁଛି ପୁଲିସ୍ । ନକଲି ମଦ ତିଆରି କରିବା ପାଇଁ ଏସବୁକୁ ବ୍ୟବହାର କରାଯାଇଥିବା କୁହାଯାଉଛି ।

ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି ଯେ ମଦ ଦୁର୍ଘଟଣା ପଛରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ସାହିବ ସିଂହ ବୋଲି ଚିହ୍ନଟ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ମୁଖ୍ୟ ମିଥାନଲ ଯୋଗାଣକାରୀଙ୍କ ନାମ ପଙ୍କଜ କୁମାର ଓରଫ ସାହିଲ ଏବଂ ଅରବିନ୍ଦ କୁମାର । ସେ ଲୁଧିଆନାର ସୁଖ ଏନକ୍ଲେଭରେ ସାହିଲ କେମିକାଲ୍ସର ମାଲିକ । ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ପୁଲିସ୍ ସ୍ଥାନୀୟ ବିତରକ ପ୍ରଭଜିତ ସିଂହ ଏବଂ କୁଲବୀର ସିଂହଙ୍କ ସହିତ ସ୍ଥାନୀୟ ବିକ୍ରେତା ନିନ୍ଦର କୌର, ସାହିବ ସିଂହ, ଗୁରଜନ୍ତ ସିଂହ, ଅରୁଣ ଓରଫ କାଲା ଏବଂ ସିକନ୍ଦର ସିଂହ ଓରଫ ପପୁଙ୍କୁ ମଧ୍ୟ ଗିରଫ କରିଛି । ଯୋଗାଣକାରୀଙ୍କଠାରୁ ମଦ କିଣି ଗାଁରେ ବଣ୍ଟନ କରୁଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking