20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଜାମ୍ମୁ-କାଶ୍ମୀରରେ' ଶୂନ୍ୟ ଆତଙ୍କ ଯୋଜନା" ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜାମ୍ମୁ-କାଶ୍ମୀରରେ’ ଶୂନ୍ୟ ଆତଙ୍କ ଯୋଜନା” ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ପରିଦୃଶ୍ୟର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ୨୦୨୫ ମସିହା ଫେବୃଆରୀ ୪ ଏବଂ ୫ ତାରିଖରେ ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୁଲିସ ସହିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇ. ବି.), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସି. ଆର୍. ପି. ଏଫ୍.) ଏବଂ ସୀମା ସୁରକ୍ଷା ବାହିନୀ (ବି. ଏସ୍. ଏଫ୍.) ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର “ପାଇଁ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦ ମୁକ୍ତ ଜାମ୍ମୁ-କାଶ୍ମୀରର ଲକ୍ଷ୍ୟ ହାସଲ କରିବା ଲାଗି ଅର୍ଦ୍ଧସାମରିକ ବାହିନୀର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ତର୍ଜାତୀୟ ସୀମାରୁ ଶୂନ୍ୟ ଅନୁପ୍ରବେଶ ସୁନିଶ୍ଚିତ କରିବା ଲାଗି, କଡ଼ା ନଜର ରଖିବା, ସୀମା ଗ୍ରୀଡକୁ ସୁଦୃଢ଼ କରିବା ଏବଂ ତଦାରଖ ତଥା ସୀମା ସୁରକ୍ଷା ପାଇଁ ଉନ୍ନତ ପ୍ରଯୁକ୍ତିର ଉପଯୋଗ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରୀ ବି. ଏସ୍. ଏଫ୍. କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଅମିତ ଶାହ ସି. ଆର୍. ପି. ଏଫ୍. କୁ ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୋଲିସ ସହିତ ସମନ୍ୱୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସି. ଆର୍. ପି. ଏଫ୍. ର ଶୀତକାଳୀନ କାର୍ଯ୍ୟ ଯୋଜନାର ସମୀକ୍ଷା କରିଥିଲେ ଏବଂ ଏହି କ୍ଷେତ୍ରରେ କୌଣସି ଶୂନ୍ୟସ୍ଥାନ ନ ରହୁ ବୋଲି ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଜାମ୍ମୁ ଅଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ଉଚ୍ଚତାଗୁଡ଼ିକ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ କାର୍ଯ୍ୟ କରୁଥିବା ଗୁଇନ୍ଦା ଉପକରଣଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ ଏବଂ ଗୁଣାତ୍ମକ ଗୁଇନ୍ଦା ତଥ୍ୟ ସୃଷ୍ଟି କରିବା ଲାଗି ଏହାର ପ୍ରସାର ଏବଂ ଅନୁପ୍ରବେଶ ବୃଦ୍ଧି କରିବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁଇନ୍ଦା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ସେ ଦୋହରାଇଥିଲେ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ-ପାଣ୍ଠି ଯୋଗାଣ ଉପରେ ନଜର ରଖିବା, ନିଶା-ଆତଙ୍କବାଦ ମାମଲା ଉପରେ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ଜାମ୍ମୁ-କାଶ୍ମୀରରେ ସମଗ୍ର ଆତଙ୍କବାଦୀ ଇକୋସିଷ୍ଟମକୁ ଧ୍ୱଂସ କରିବା ମୋଦୀ ସରକାରଙ୍କ ପ୍ରାଥମିକତା। ସେ କହିଥିଲେ ଯେ ଜାମ୍ମୁ-କାଶ୍ମୀରରେ ‘ଜିରୋ ଟେରର ପ୍ଲାନ “ପାଇଁ ଦୃଢ଼ ପଦକ୍ଷେପ ନିଆଯାଉଛି।

ଦେଶ ବିରୋଧୀ ତତ୍ତ୍ୱମାନଙ୍କ ଦ୍ୱାରା କରାଯାଉଥିବା ନକାରାତ୍ମକ ପ୍ରଚାରର ମୁକାବିଲା କରିବା ଉପରେ ଧ୍ୟାନ ଦେବାକୁ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସଠିକ ଚିତ୍ର ସାର୍ବଜନୀନ ହୋଇପାରିବ। ସେ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ୱୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ ତଥା ଗୁଇନ୍ଦା ବୃଦ୍ଧି ପାଇଁ ମାର୍ଗଦର୍ଶନ କରିଥିଲେ। ଶ୍ରୀ ଅମିତ ଶାହ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ଏବଂ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମନ୍ୱିତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରୟାସରେ ସମସ୍ତ ସମ୍ବଳ ଉପଲବ୍ଧ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking