କଟକ: ସୁବର୍ଣ୍ଣପୁର ଜିଲ୍ଲାରେ ହୋମ ଗାର୍ଡ ନିଯୁକ୍ତି ଅନିୟମିତତା ମାମଲା । ସୁବର୍ଣ୍ଣପୁର ଏସ୍ପି ଏବଂ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ହାଇକୋର୍ଟ କହିଛନ୍ତି ଯେ ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଦାୟର ହୋଇଛି ମାମଲା । ସମଗ୍ର ଜିଲ୍ଲାରେ ୯୨ ଜଣଙ୍କୁ ଚୟନ ନେଇ ଜାରି ହୋଇଥିଲା ବିଜ୍ଞପ୍ତି । ଅନ୍ୟ ଥାନା ଅଞ୍ଚଳର ପ୍ରାର୍ଥୀଙ୍କୁ ସୁବର୍ଣ୍ଣପୁର ଥାନାରେ ନିଯୁକ୍ତିକୁ ବିରୋଧ କରି ଅଭିଯୋଗ ଦାୟର କରାଯାଇଥିଲା । ଫେବୃଆରୀ ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।










