23.1 C
Bhubaneswar
Thursday, March 5, 2026
Homeଓଡିଶାଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ଆଲୋଚନା

ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ଆଲୋଚନା

ଭୁବନେଶ୍ବର: ନୂଆ ସରକାର ନୂଆ ଆଭିମୁଖ୍ୟ ନେଇ ଲୋକଙ୍କ ଧନସମ୍ପତ୍ତି ସୁରକ୍ଷା ଏବଂ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଉପବିଭାଗଗୁଡିକୁ ଶକ୍ତିଶାଳୀ କରିବା ପାଇଁ ସାଧାରଣ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ଆଲୋଚନାରେ ନିଜର ବିବୃତି ରଖିଛନ୍ତି। ଏହାକୁ ଆହୁରି ଆଗକୁ ନେବା ପାଇଁ ଅତିରିକ୍ତ ବଜେଟରେ ଚେଷ୍ଟା ହୋଇଛି। ରାଜ୍ୟ ଶାନ୍ତିଶୃଙ୍ଖଳା ଜାରି ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଭରତପୁର ଥାନା ଘଟଣା ରିପୋର୍ଟ ଖୁବ୍ ଶୀଘ୍ର ଆସିବ । ବିଗତ ୪ ମାସ ମଧ୍ୟରେ ପାର୍ବଣ ଋତୁରେ ସବୁ ଉତ୍ସବ ଶାନ୍ତି ଶୃଙ୍ଖଳାରେ ପରିଚାଳନା ହୋଇଥିବା ସରକାରଙ୍କର ଫୋକସ ଥିଲା ଲୋକମାନେ କେମିତି ନିଜ ସପରିବାର ସହ ଆରାମରେ ବୁଲି ପାରିବେ ସେନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ବାରୋପ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାତ୍ୟା ଦାନର ସଫଳ ମୁକାବିଲା ହୋଇଛି। ନକ୍ସଲ ଦମନରେ ମଧ୍ୟ ରାଜ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବ ୨୦୨୬ ମସିହା ସୁଦ୍ଧା ମାଓବାଦୀ ମୁକ୍ତ ହେବ। ଭାରତୀୟ ନୌସେନା ଦିବସ ପାଳନ ପାଇଁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏହାକୁ ସଫଳ କରିବାକୁ ପ୍ରୟାସ ଚାଲିଛି। ପ୍ରବାସୀ ଭାରତୀୟ ଦିବସ ମଧ୍ୟ ପାଳନ ହେବାକୁ ଯାଉଛି। ଭବ୍ୟ ଏବଂ ଦିବ୍ୟ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସଫଳତା ପୂର୍ବକ ସମାପନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହର ବିକାଶ କରାଯିବ। ସାରା ବିଶ୍ୱ ଓଡିଶା ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତା ଦେଖିବ।

ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ରାଜ୍ୟ ପୁଲିସ ପାଇଁ ଗୌରବର ବିଷୟ। ବାତ୍ୟା ସମୟରେ ଓଡ୍ରାଫ, ଅଗ୍ନିଶମ ବିଭାଗ ନିଷ୍ଠାର ସହ କର୍ତ୍ତବ୍ୟ କରିବାରୁ ଜିରୋ କାଜୁଆଳିଟି ଲକ୍ଷ୍ୟ ହାସଲ ହୋଇଥିଲା । ସରକାରୀ କର୍ମଚାରୀ, ଶ୍ରମିକ ସଂଗଠନ ଆନ୍ଦୋଳନ ବେଳେ ପୁଲିସର ସତର୍କତା ମୂଳକ ପଦକ୍ଷେପ ଯୋଗୁ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି। ଗତ ୪ ମାସରେ କୌଣସି ଆତଙ୍କବାଦୀ କାର୍ଯ୍ୟକ୍ରମ ନଜରକୁ ଆସିନାହିଁ । ଗତ ୪ ମାସରେ ୬ ମାଓବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗିରଫ ହୋଇଛନ୍ତି। ସେହିପରି ୨୪ ଜଣ ଆତ୍ମ ସମର୍ପଣ କରିଛନ୍ତି। ମାଓ ଦମନ ପାଇଁ ୩ଟି ଓଏସଏସପିରେ ୩ ହଜାର ୯ ପଦବୀ ପୂରଣ ହୋଇଛି। ତ୍ୱରିତ ଦଣ୍ଡବିଧାନ ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking