21.1 C
Bhubaneswar
Monday, December 8, 2025
Homeଓଡିଶାଏଚଓଡିଙ୍କୁ ବଦଳି ପାଇଁ କୁହାଯାଇଥିଲା: ଆଇସିସି

ଏଚଓଡିଙ୍କୁ ବଦଳି ପାଇଁ କୁହାଯାଇଥିଲା: ଆଇସିସି

ବାଲେଶ୍ୱର: ଫକୀରମୋହନ ସ୍ୱୟଂଶାସିତ  ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ  ବିଶିଙ୍କ ଦେହାନ୍ତ ପରେ   ପ୍ରଥମ ଥର ପାଇଁ  ଇଣ୍ଟରନାଲ କମ୍ପେ୍ଲନ କମିଟି  ସଦସ୍ୟମାନେ  ମଙ୍ଗଳବାର  ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ,   ତଦନ୍ତ ପରେ  କମିଟିପକ୍ଷରୁ  ଏଚଓଡି ସମୀର କୁମାର  ସାହୁଙ୍କୁ ବଦଳି କରିବା  ପାଇଁ ଅଧ୍ୟକ୍ଷ  ଦିଲ୍ଲୀପ ଘୋଷଙ୍କୁ  କୁହାଯାଇଥିବା ସେମାନେ କହିଛନ୍ତି ।  ଆଇସିସି ସଦସ୍ୟା ଡ. ମିନତି ସେଠୀ  କହିଛନ୍ତି, ଗତ ମାସ ୩୦ ତାରିଖରେ ସୌମ୍ୟାଶ୍ରୀ ପରୀକ୍ଷା  ପରୀକ୍ଷା ଦେବାରୁ ବଞ୍ଚିତ ଥିଲେ । ଏହା ପଛରେ  ତାଙ୍କର କମ ଉପସ୍ଥାନ ପ୍ରମୁଖ କାରଣ ଥିଲା ।  ପରୀକ୍ଷା  ଦେବାରୁ  ବଞ୍ଚିତ ହେବା ପରେ  ସୌମ୍ୟାଶ୍ରୀ ମାନସିକ ଓ ଶାରୀରିକ  ନିର୍ଯାତନାର ଶିକାର  ହୋଇଥିବା  ଅଭିଯୋଗ  କରିଥିଲେ ।   ଅଭିଯୋଗକ୍ରମେ ଚଳିତ ମାସ  ୧ ତାରିଖରେ  କଲେଜ ପକ୍ଷରୁ  ଆଇସିସି ଗଠନ ହେବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ  ହୋଇଥିଲା ।   ସୌମ୍ୟାଶ୍ରୀଙ୍କ ଅଭିଯୋଗ ଥିଲା ଯେ,  ସେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି ।  ତଦନ୍ତ ବେଳେ ଜଣାପଡିଥିଲା ଯେ  ଏଚଓଡି ଜଣଙ୍କ ବିଭିନ୍ନ ଭୁଲ ପାଇଁ ଦଣ୍ଡିତ କରୁଥିଲେ ।

ସେହିଭଳି  ସୌମ୍ୟାଶ୍ରୀଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗ ଉପରେ  ସୂଚନା ଦେଇ ସେଠୀ କହିଥିଲେ,  ବିଏଡର ୬୦ ଜଣ ଛାତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା ।  ମାତ୍ର ସେମାନେ ସମସ୍ତେ  ଏଭଳି ଅଭିଯୋଗକୁ  ଖଣ୍ଡନ କରିଥିଲେ ।  ସୌମ୍ୟାଶ୍ରୀଙ୍କ  ଅଭିଯୋଗ ଥିଲା  ପଡିଆରେ ଆସିଲା ବେଳେ ଏଚଓଡି ତାଙ୍କୁ ଭେଟିଥିଲେ ।  ସନ୍ଦେହ ଥିବା କିଛି ବିଷୟ ଉପରେ  ବୁଝାଇ ଦେବା ପାଇଁ ସୌମ୍ୟା କହିଥିଲେ ।  ଏଚଓଡି ଏଥିପାଇଁ ତାଙ୍କୁ ଫେଭର ମାଗିଥିଲେ ।  ସୌମ୍ୟା ଫେଭରମାନେ କଣ  ପଚାରିଥିଲେ ।  ଏତେ ବଡ ପିଲା, ଫେଭର ମାନେ କଣ  ବୁଝିପାରୁନ ବୋଲି  ଏଚଓଡି ତାଙ୍କୁ କହିଥିବା  ସୌମ୍ୟା ଅଭିଯୋଗ କରିଥିଲେ ।  ସୌମ୍ୟାଙ୍କ ଅଭିଯୋଗ  ସତ ହୋଇପାରେ  ମାତ୍ର ଏହାର କୌଣସି ପ୍ରମାଣ ସୌମ୍ୟାଙ୍କ ନିକଟରେ ନଥିଲା ।  ଏନେଇ ଏଚଓଡିଙ୍କ ପଚାରିଥିଲୁ ମାତ୍ର ସେ ଅସ୍ୱୀକାର କରିଥିଲେ ।  ଏହା ସତ୍ତ୍ୱେ ଆଇସିସି ଟିମ  ଏଚଓଡିଙ୍କୁ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ କହିଥିଲେ ।  ସୂଚନା ଯୋଗ୍ୟ  ଡ. ଜୟଶ୍ରୀ ମିଶ୍ର , ଡ. ମୌସୁମୀ ଦାସ ପଚ୍ଚନାୟକ, ଡ. ମିନତି ସେଠୀ ବନ୍ଦିତା ପରିଡା,  ଗୋପମୁଦ୍ରା ମହାପାତ୍ରଙ୍କ  ସମେତ ୩ ବରିଷ୍ଠ ଛାତ୍ରଛାତ୍ରୀ ରୋଜାଲିନ ମହାନ୍ତି, ଅନନ୍ୟା ମିଶ୍ର,  ଚନ୍ଦ୍ରକାନ୍ତ ଦାସଙ୍କୁ  ଆଇସିସିରେ ସ୍ଥାନିତ କରାଯାଇଥିଲା । ସୌମ୍ୟାଶ୍ରୀ ପାଠପଢା ସହିତ ବହୁ ପ୍ରତିଭାର ଅଧିକାରୀ ଥିଲେ ।

ପାଠ ପଢାରେ ଯେଭଳି ମେଧାବୀ ଥିଲେ, ଅଭିନୟ କ୍ଷେତ୍ରରେ ମଧ୍ୟ ବେଶ ଭଲ ଦକ୍ଷତା ଥିଲା ।  ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିରରେ ମାଷ୍ଟର  ଟ୍ରେନର ଭାବେ ଛାତ୍ରୀମାନଙ୍କୁ ଶିକ୍ଷା ଦେଉଥିଲେ ।  ୨୦୨୩କେ ଯୁକ୍ତ ୨ କଳାରେ ଭୋଗରାଇ ମହିଳା ଉଚ୍ଚ ବିଦ୍ୟାଳୟରୁ ଟପ ୨ରେ ରହିବା ସହିତ  ଭୋଗରାଇରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ  ବିଦ୍ୟାଳୟ ଏବଂ  ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking