19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପ୍ରବଳ ବର୍ଷ ଯୋଗୁଁ ଥାନେରେ ଖସିଲା ହୋର୍ଡିଂ

ପ୍ରବଳ ବର୍ଷ ଯୋଗୁଁ ଥାନେରେ ଖସିଲା ହୋର୍ଡିଂ

ଥାନେ : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ହୋର୍ଡିଂ ଭୁଶୁଡ଼ିବା ପରେ ତିନିଟି ଗାଡ଼ି ଦୁର୍ଘଟଣାର ଶିକାର ହୋଇଛନ୍ତି। ରାସ୍ତାରେ ଗାଡ଼ି ଯିବାସିବା କରିବା ବେଳେ ହୋର୍ଡିଂଟି ଖସିପଡ଼ିଥିବା ଜଣେ ଅଧିକାରୀ କହିଛନ୍ତି। ତେବେ ଯେଉଁ ୩ଟି ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି ସେଗୁଡ଼ିକ ସେଠାରେ ପାର୍କିଂରେ ଥିବା ବେଳେ ଏପରି ହୋଇଛି। ଡୋମ୍ବିଭିଲି ଅଞ୍ଚଳର ବ୍ୟସ୍ତବହୁଳ ସାହାଜାନନ୍ଦ ଛକରେ ପ୍ରାୟ ୧୦.୩୦ ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କେହି ମୃତ କି ଆହତ ହେବାର ଖବର ନାହିଁ ବୋଲି ସେ କହିଛନ୍ତି।କଲ୍ୟାଣ ତହସିଲଦାର ସଚିନ ଶେଜଲ କହିଛନ୍ତି ଯେ ତଳେ ରଖାଯାଇଥିବା ତିନୋଟି ଗାଡି ଉପରେ ହୋର୍ଡିଂ ଖସିପଡିଛି। ଘଟଣାସ୍ଥଳକୁ ଏକ ଟିମ୍ ପଠାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି। ହୋର୍ଡିଂ ତଳେ କିଛି ଲୋକ ଫସି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଏବେ ସୁଦ୍ଧା ହୋର୍ଡିଂଟିର ପ୍ରକୃତ ଆକାର କେତେ ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking