ନୂଆଦିଲ୍ଲୀ : ଚୀନରେ ଆତଙ୍କ ଖେଳାଉଛି ନୂଆ ଭାଇରସ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭୁତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯ ପ୍ରତିଶତ ବୃଦ୍ଧି ପାଇଛି । ଭାରତ, ମାଲେସିଆ , ଜାପାନ . କାଜାଖସ୍ତାନରେ ମାମଲା ବୃଦ୍ଧି ପାଉଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ପେନର ଆଲିକାଣ୍ଟେରେ ୬୦୦ରୁ ଅଧିକ ‘ଇନଫ୍ଲୁଏଞ୍ଜା ଏ’ର ମାମଲା ଚିହ୍ନଟ ହୋଇଛି । ଭାରତର ୫ଟି ରାଜ୍ୟରେ ଏପର୍ୟ୍ୟନ୍ତ ୮ଟି ମାମଲା ଚିହ୍ନଟ ହୋଇଛି ।