34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଦେଶ ଛାଡ଼ିଲେ ହିଜବୁଲ୍ଲା ଉପମହାସଚିବ ନାଏମ କାସେମ୍‌

ଦେଶ ଛାଡ଼ିଲେ ହିଜବୁଲ୍ଲା ଉପମହାସଚିବ ନାଏମ କାସେମ୍‌

ବେରୁଟ: ଇସ୍ରାଏଲର ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ସଂଗଠନ ହମାସ ଏବଂ ହିଜବୁଲ୍ଲା ଥରହର ହୋଇପଡ଼ିଛନ୍ତି। ଇସ୍ରାଏଲ ଜଣକ ପରେ ଜଣେ କରି ଦୁଇ ସଂଗଠନର ଶୀର୍ଷସ୍ତରୀୟ ନେତାଙ୍କୁ ଟାର୍ଗେଟ୍ କରି ନିପାତ କରିବା ପରେ ଉଚ୍ଚ ପଦବୀରେ ଥିବା ନେତୃବୃନ୍ଦଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା, ଅଲ୍ଲୀ କାରାକୀ, ଉପମୁଖ୍ୟ ନାବିଲ କାଉକ, ମହମ୍ମଦ ସ୍ରୁର, ଇବ୍ରାହିମ କ୍ୱେବୈସି, ଇବ୍ରାହିମ ଆକିଲ ଏବଂ ମହମ୍ମଦ ନାସର ଭଳି ଏକାଧିକ ଶୀର୍ଷସ୍ତରୀୟ ନେତାମାନଙ୍କୁ ଇସ୍ରାଏଲ ନିପାତ କରିବା ପରେ ଅନ୍ୟ ବରିଷ୍ଠ ନେତାମାନେ ଏବେ ଆତ୍ମଗୋପନ କରିବାକୁ ବାଟ ଖୋଜୁଛନ୍ତି। ଏହା ମଧ୍ୟରେ ସଂଗଠନର ଉପ ମହାସଚିବ ନାଏମ କାସେମ ପ୍ରାଣ ବିକଳରେ ଲେବାନନ ଛାଡ଼ି ଅନ୍ୟତ୍ର ପଳାୟନ କରିଥିବା ସୂଚନା ମିଳିଛି। ସେ ଏବେ ଆତ୍ମଗୋପନ ସକାଶେ ତେହରାନରେ ପହଞ୍ଚିଥିବା କୁହାଯାଉଛି। କେବଳ କାସେମ ନୁହନ୍ତି, ଅନେକ ବଡ଼ ବଡ଼ ନେତୃବୃନ୍ଦ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ୨ ଦିନ ତଳେ ଇସ୍ରାଏଲ ହମାସ ନେତା ୟାହ୍ୟା ସିନୱାରକୁ ନିପାତ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking