26.1 C
Bhubaneswar
Friday, January 16, 2026
Homeଦେଶ ବିଦେଶହିଜବୁଲ ଆତଙ୍କବାଦୀ ଗିରଫ : ୫୦୭ ଗୁଳି ଜବତ

ହିଜବୁଲ ଆତଙ୍କବାଦୀ ଗିରଫ : ୫୦୭ ଗୁଳି ଜବତ

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆକ୍ରମଣ ଯୋଜନା କରୁଥିବା ଏକ ଆତଙ୍କୀକୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ)। ଗିରଫ ଆତଙ୍କୀ ହେଉଛି ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସକ୍ରିୟ ସସଦ୍ୟ ଉଲଫତ ହୁସେନ ଓରଫ ମହମ୍ମଦ ସୈଫୁଲଇସଲାମ ଓରଫ ଅଫଜାଲ ଓରଫ ହୁସେନ ମଲିକ। ଏଟିଏସ ସୂଚନା ଅନୁସାରେ, ହୁସେନକୁ ମୁରାଦାବାଦରୁ ଗିରଫ କରଯାଇଛି। ସେ ୨୦୦୨ରୁ ଫେରାର ରହିଥିଲା। ହିଜବୁଲ ମୁଜାହିଦ୍ଦିନର ପାକ୍ ଅଧିକୃତ କାଶ୍ମୀରରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ହୁସେନ ପ୍ରଶିକ୍ଷଣ ନେଇଥିଲା। ଏହା ପରେ ସେ ମୁରାଦାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଏଠାରେ ପହଞ୍ଚିଥିଲା। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାହା ଆଧାରରେ ଏଟିଏସ ତା’କୁ ଗିରଫ କରିଛି। ଏହା ପୂର୍ବରୁ ୨୦୦୧ ଜୁଲାଇରେ ହୁସେନକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଗୋଟିଏ ଏକେ-୪୭, ଏକେ-୫୬, ଦୁଇଟି ବନ୍ଧୁକ, ୧୨ଟି ଗ୍ରେନେଡ, ୫୦ଟି ଡିଟୋନେଟର, ୨୯ କିଲୋଗ୍ରାମ ବିସ୍ଫୋରକ ଏବଂ ୫୦୭ଟି ଗୁଳି ଜବତ ହୋଇଥିଲା। ଏହା ପରେ ସେ ୨୦୦୨ରେ ଜାମିନରେ ଆସି ଫେରାର ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking