ଅନୁଗୁଳ: କେବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ କୁନ୍ଦୁରୁବୁରୁ ଚୁନାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ହାଇୱା ଓଲଟି ଚାଳକ ଗୁରୁତର ହୋଇଛନ୍ତି । ପୋଲିସର ସୂତ୍ରରୁ ଜଣାପଡିଛି ଯେ, ରବିବାର ରାତି ପ୍ରାୟ ୧୨ଟା ସମୟରେ କୋଇଡା ପଟୁ ଲୁହା ପଥର ବୋଝେଇ ହାଇୱା ଅଭିମୁଖେ ଯାଉଥିବା ସମୟରେ ଚୁନାଘାଟିରେ ତଳକୁ ଓଲଟି ପଡିଥିଲା । ଜାତୀୟ ରାଜପଥ କର୍ମଚାରୀ କେବଲାଙ୍ଗ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକ ଝାଫଖଣ୍ଡ ରାଜ୍ୟର ଜଗମୋହନ ମାହୋତାଙ୍କୁ ଉଦ୍ଧାର କରି ଲହୁଣୀପଡା ଡାକ୍ତରଖାନାକୁ ପଠାଇଥିଲା । ସେଠାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।










