25.9 C
Bhubaneswar
Monday, April 6, 2026
Homeଓଡିଶାଚଢଉ ବେଳେ ଅବକାରୀ କନେଷ୍ଟବଳଙ୍କୁ ମାଡ଼

ଚଢଉ ବେଳେ ଅବକାରୀ କନେଷ୍ଟବଳଙ୍କୁ ମାଡ଼

ବ୍ରହ୍ମପୁର : ଚୋରା ମଦ ବେପାର ଉପରେ ଚଢାଉ ବେଳେ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ। ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ପଛପାଖ ଗଳିରେ ଏହି ଘଟଣା ଘଟିଛି। ଏହି ଅଭିଯୋଗରେ ୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ଗିରଫ ହୋଇଛନ୍ତି।ସୂଚନାନୁଯାୟୀ, ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ପଛପାଖ ଗଳିରେ ଚୋରା ମଦ କାରବାର ଚାଲୁଥିବା ଖବର ପାଇ କନେଷ୍ଟବଳ ସବ୍ୟସାଚୀ ମିଶ୍ର ବନ୍ଦ ଦୋକାନ ନିକଟକୁ ଯାଇଥିଲେ।

ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁବୃର୍ତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ମୋବାଇଲ୍‌ରେ ଭିଡିଓ, ଫଟୋ ରେକର୍ଡିଂ କରୁଥିଲେ। ଏହା ଦେଖି ଦୁବୃର୍ତ୍ତମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ସବ୍ୟସାଚୀ ୟୁନିଫର୍ମରେ ନ ଥିବାରୁ ଦୁବୃର୍ତ୍ତମାନେ ଚିହ୍ନି ପାରିନଥିଲେ। ଦୁବୃର୍ତ୍ତଙ୍କ ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର କ୍ଷତ ହୋଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ୫ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking