28.7 C
Bhubaneswar
Thursday, April 9, 2026
Homeଓଡିଶାପୁଣି ରାଜଧାନୀରେ ହିଟ୍ ଆଣ୍ଡ ରନ୍

ପୁଣି ରାଜଧାନୀରେ ହିଟ୍ ଆଣ୍ଡ ରନ୍

ଭୁବନେଶ୍ୱର:  ଅମାନିଆ ଗାଡ଼ି ଚାଳକଙ୍କୁ କିଭଳି କରାଯିବ ସାବଧାନ । ଗାଁ ଠାରୁ ସହର, ରାଜ୍ୟ ରାଜପଥ ଠାରୁ ଜାତୀୟ ରାଜପଥ । ସବୁଆଡ଼େ ବେପରୁଆ ଗାଡ଼ି ଚାଳକଙ୍କ ଦୌରାତ୍ମ । ଏହି କ୍ରମରେ ଆଜି ରାଜଧାନୀରେ ପୁଣି ଏକ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ରାଜଧାନୀ ଫାୟାର ଷ୍ଟେସନ ଛକ ନିକଟରେ ଥିବା ରାଜଧାନୀ କଲେଜ ସାମ୍ନାରେ ଘଟିଛି ଏଭଳି ଘଟଣା । ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଜଣେ ବାଇକ୍ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା । ଟ୍ରକର ବେଗ ଏତେ ଥିଲା ଯେ, ବାଇକ୍ ଆରୋହୀଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା । ଏହାପରେ ଟ୍ରକ୍ ଚାଳକ ଜଣଙ୍କ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଟ୍ରକ୍ ଚାଳକଙ୍କୁ ଧରିଛନ୍ତି । ସେପଟେ ଦୁର୍ଘଟଣାରେ ଶିକାର ହୋଇଥିବା ବାଇକ୍ ଆରୋହୀଙ୍କର ଗୋଟିଏ ଗୋଡ଼ ଏକ ପ୍ରକାର ନଷ୍ଟ ହୋଇଯାଇଛି । ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଉତ୍ୟକ୍ତ ଲୋକମାନେ ଟ୍ରକକୁ ଭଙ୍ଗାରୁଜା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking