11.1 C
Bhubaneswar
Friday, January 16, 2026
Homeଖେଳସୁନ୍ଦର-ଅଶ୍ୱିନଙ୍କ ଐତିହାସିକ ରେକର୍ଡ

ସୁନ୍ଦର-ଅଶ୍ୱିନଙ୍କ ଐତିହାସିକ ରେକର୍ଡ

ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନ ସମସ୍ତ ୧୦ଟି ଯାକ ୱିକେଟ୍ ଅକ୍ତିଆର କରି ଭାରତୀୟ ସ୍ପିନର୍ ୱାଶିଂଟନ୍ ସୁନ୍ଦର ଓ ରବିଚନ୍ଦ୍ରନ୍ ଅଶ୍ୱିନ ଏକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି। ଭାରତର କୌଣସି ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ଟି ଯାକ ୱିକେଟ୍ ଡାହାଣହାତୀ ଅଫ୍ ସ୍ପିନର୍ ଅକ୍ତିଆର କରିବା ଏହା ପ୍ରଥମ ଘଟଣା। ପୁଣେ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ରେ ପ୍ରଥମ ତିନିଟି ୱିକେଟ୍ ଅଶ୍ୱିନ୍ ନେଇଥିଲେ। ଏହାପରେ ବାକି ୭ଟି ୱିକେଟ୍ ସୁନ୍ଦର ନିଜ ନାମରେ କରିଛନ୍ତି। ଏହି ପ୍ରକାରେ ଦୁହେଁ ମିଳିତ ଭାବେ ଏହି ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି।

କୁଲଦୀପ ଯାଦବଙ୍କ ସ୍ଥାନରେ ପ୍ରାୟ ଅଢ଼େଇ ବର୍ଷ ପରେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ସୁନ୍ଦର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ତାଙ୍କ ନାମରେ ୪ ଟେଷ୍ଟ୍‌ରେ ୬ ୱିକେଟ୍ ଥିଲା। ଏବେ ସେ ଗୋଟିଏ ଇନନିଂସ୍‌ରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି। ୱାଶିଂଟନ୍ ସୁନ୍ଦର ଟେଷ୍ଟ କ୍ୟାରିୟର୍‌ରେ ପ୍ରଥମ ଥର ୫ ୱିକେଟ୍ ସଫଳତା ହାସଲ କରିଛନ୍ତି। ଏହି ପ୍ରଥମ ଇନିଂସ୍‌ରେ ସୁନ୍ଦର ନିଜ ବୋଲିଂରେ ୫ ବ୍ୟାଟର୍‌ଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ଏହା ମଧ୍ୟ ଏକ ରେକର୍ଡ। ସେହିପରି ଜଣେ ବ୍ୟାଟର୍ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ଏବଂ ଅନ୍ୟ ଜଣେ କ୍ୟାଚ୍ ଆଉଟ୍ ହୋଇଛନ୍ତି। ଏହା ସହିତ ପୁଣେ ଷ୍ଟାଡିୟମ୍‌ରେ ୭ ୱିକେଟ୍ ହାସଲ କରିବାରେ ସୁନ୍ଦର ପ୍ରଥମ ଭାରତୀୟ ବୋଲର୍ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking