ଭୁବନେଶ୍ୱର: ବିଧାନସଭା ଗୃହରେ ବଧାଇ ଜଣାଇ ବିବୃତି ରଖିଲେ ବାଚସ୍ପତି ସୁରମା ପାଢୀ । ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଲେ । ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ବାଚସ୍ପତି । ବାଚସ୍ପତି ଆହୁରି କହିଛନ୍ତି, “ସର୍ବକନିଷ୍ଠ ଓ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଆପଣ । ୧୦ଟି ରାଜ୍ୟର ବିଧାନସଭାରେ ଅଭିଭାଷଣ ରଖିଛନ୍ତି । ଆପଣଙ୍କ ଯାତ୍ରା ଓଡିଶାବାସୀଙ୍କ ପାଇଁ ଗୌରବମୟ ହୋଇଛି ।”










