29.1 C
Bhubaneswar
Saturday, October 5, 2024
Homeଓଡିଶାପୁରୀ ଅଭିମୁଖେ ବାହାରିଲେ ମହାମହିମ

ପୁରୀ ଅଭିମୁଖେ ବାହାରିଲେ ମହାମହିମ

 ଭୁବନେଶ୍ୱର:  ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସାରା ଦେଶରୁ ରଥଯାତ୍ରା ଉପଲକ୍ଷେ ଛୁଟୁଛି ଶୁଭେଚ୍ଛାର ସୁଅ  । ଦେଶ ତଥା ବିଶ୍ବର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଚାହିଁ ରହିୁଛନ୍ତି  ।  ଏହି ଅବସରରେ  ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ ସୁରକ୍ଷା ଭିତରେ ଯାଇ ବଡଦାଣ୍ଡରେ ପହଞ୍ଚିବେ । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରାଶୁଭେଚ୍ଛା ଜଣାଇଛନ୍ତି ।ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଲେଖିଛନ୍ତି, ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛନ୍ତି । ଏହି ମହାପର୍ବ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଜୟ ଜଗନ୍ନାଥ !’’ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଅପରାହ୍ନରେ ରଥଟଣା ଆରମ୍ଭ ହେବାକୁ ଥିବା ବେଳେ ଏବେ ବିଭିନ୍ନ ନୀତିକାନ୍ତି ଜାରି ରହିଛି । ସିଂହଦ୍ବାରରେ ତିନିରଥ ଅପେକ୍ଷା କରିଛନ୍ତି । ଆଉ କିଛି ସମୟ ପରେ ରଥପ୍ରତିଷ୍ଠା ନୀତି ସମ୍ପନ୍ନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରାରେ ଅଂଶଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking