33.1 C
Bhubaneswar
Wednesday, October 16, 2024
Homeଅପରାଧବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା

ବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା

ଢ଼ାକା: ବାଂଲାଦେଶରେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା । ମୃତକ ହେଲେ ସ୍ବପନ କୁମାର ଭଦ୍ରା । ସ୍ବପନ ହେଉଛନ୍ତି ବାଂଲାଦେଶ ସାମ୍ବାଦିକ ସଂଘର ସହ-ସଭାପତି । ସ୍ବପନ ପୂର୍ବରୁ ଦି ଡେଲି ସ୍ବାଜନ ପତ୍ରିକାରେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ସରକାର ପରିବର୍ତ୍ତନ ପରେ ସାମ୍ବାଦିକତା ଛାଡି ଦେଇଥିଲେ । ସୋସିଆଲ ମିଡିଆରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ସରକାରଙ୍କ ବିଭିନ୍ନ ନିତୀକୁ ସ୍ବପନ ପୋଷ୍ଟ କରୁଥିଲେ । ସ୍ବପନଙ୍କୁ କିଛି ଦିନ ତଳେ ଇସଲାମିକ୍ ସଂଙ୍ଗଠନ ପକ୍ଷରୁ ଧମକ ମିଳୁଥିଲା । କିନ୍ତୁ ସ୍ବପନ ସେମାନଙ୍କ କଥା ଶୁଣୁନଥିଲେ । ଶନିବାର ସ୍ବପନଙ୍କ ଘର ତନପରା ଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମହମ୍ମଦ ସାଗର ମିଆଁ । ହତ୍ୟାକାଣ୍ଡ ଉପରେ ପୋଲିସ କହିଛି ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ କେସ ରହିଛି । ସ୍ବପନ ଅଭିଯୁକ୍ତର ବିଭିନ୍ନ କାର୍ଯ୍ୟକଳାପ ସୋସିଆଲ ମଡିଆରେ ପୋଷ୍ଟ କରୁଥିଲେ ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking