18.1 C
Bhubaneswar
Tuesday, December 9, 2025
Homeଓଡିଶାମଦ ମୃତୁ୍ୟ ଘଟଣା; ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଦିଆଯାଉ: ବିଜେଡିି

ମଦ ମୃତୁ୍ୟ ଘଟଣା; ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଦିଆଯାଉ: ବିଜେଡିି

ଡାକ୍ତରଖାନାରେ ଶବ ବ୍ୟବଛେଦ କାହିଁକି ହେଲା ନାହିଁ ?
ଅବକାରୀ ଓ ପୋଲିସ ବିଭାଗର ସହଯୋଗରେ ରାଜ୍ୟରେ ଚୋରା ମଦ କାରବାର ଚାଲୁଛି

ଭୁବନେଶ୍ୱର: ଆଜି ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକର ବମ୍ପା ଗ୍ରାମରେ ବିଷାକ୍ତ ମଦ ପିଇ ମୃତୁ୍ୟବରଣ କରିଥିବା ପରିବାରକୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ । ପୀଡିତା ପରିବାରବର୍ଗଙ୍କୁ ଆଶ୍ୱାସନା ଦେବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ଦେବା ପାଇଁ ବିଜେଡି ଦାବି କରିଛି । ଏହା ସହିତ ଚୋରାମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଜୋର ଦେଇଛି ।

ବିଷାକ୍ତ ମଦ ପିଇ ବମ୍ପା ଗ୍ରାମର ମୃତୁ୍ୟବରଣ କରିଥିବା ମିଲୁ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇ ସହ ପ୍ରଶାସନିକ ଦାୟିତ୍ୱହୀନତାକୁ ବିଜେଡିର ପ୍ରତିନିଧି ମଣ୍ଡଳୀ କଡା ନିନ୍ଦା କରିଛି । ପ୍ରଶାସନିକ ହସ୍ତକ୍ଷେପ ଦ୍ୱାରା ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ନକରି ମେଡିକାଲରୁ ଘରକୁ ଫେରାଇ ଦିଆଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଏ ସରକାର ବିଷାକ୍ତ ମଦ ମୃତୁ୍ୟକୁ ଚପାଇଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ପୀଡିତା ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜକୁ ଦୀର୍ଘ ଦିନ ହେଲା ପୋଲିସ ଓ ଅବକାରୀ ବିଭାଗର ସହାୟତାରେ ଏହି ଅଞ୍ଚଳ ଖୁଲମଖୋଲା ଚୋରା ମଦ କାରବାର ବିପୁଳ ପରିମାଣରେ ଚାଲୁଛି । ଯାହା ଫଳରେ ଅଞ୍ଚଳର ଯୁବକମାନେ ପଥଭ୍ରଷ୍ଟ ହେବା ଗରିବ ପରିବାରରେ ସାମାଜିକ କଳହ ସୃଷ୍ଟି ହେଉଛି । ଏହି ଅଞ୍ଚଳରେ କିଭଳି ଚୋରା ମଦ କାରବାର ବନ୍ଦ ହେବ ସେ ଦିଗରେ ସରକାର ଦୃଢ ପଦକ୍ଷେପ ନେବା ପାଇଁ ବିଜୁ ଜନତା ଦଳ ଦାବି କରିଛି ।

ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମୁଖପାତ୍ର ଶ୍ରୀଯୁକ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମମତାଞ୍ଜଳି ବେହେରା, ଶ୍ରୀଯୁକ୍ତ ଦେବୀପ୍ରସାଦ ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, ଶ୍ରୀଯୁକ୍ତ ମିଲନ ରାଉତ ଓ ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ ବେହେରାଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking