16.1 C
Bhubaneswar
Tuesday, February 10, 2026
Homeଖେଳଡୋପିଂ ଅଭିଯୋଗରୁ ହିମା ଦାସ ମୁକ୍ତ

ଡୋପିଂ ଅଭିଯୋଗରୁ ହିମା ଦାସ ମୁକ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ମହିଳା ସ୍ପ୍ରିଣ୍ଟର୍ ହିମା ଦାସ ଡୋପିଂ ଅଭିଯୋଗରୁ ମୁକ୍ତ ହୋଇଛନ୍ତି। ଗତବର୍ଷ ୧୨ ମାସ ମଧ୍ୟରେ ତିନିଥର ନିଜ ଅବସ୍ଥିତି ସମ୍ପର୍କରେ ସୂଚନା ଦେବାରେ ବିଫଳ ହେବା କାରଣରୁ ହିମାଙ୍କୁ ନିଲମ୍ବିତ ହେବାକୁ ପଡ଼ିଥିଲା। ତେବେ ଡୋପିଂ ନିରୋଧୀ ଅନୁଶାସନ ପ୍ୟାନେଲ୍ (ଏଡିଡିପି) ତାଙ୍କୁ ଦୋଷମୁକ୍ତ କରିଥିଲା।

ଏବେ ଅପିଲ୍ ପ୍ୟାନେଲ୍ ମଧ୍ୟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଦେଇଛି। ଉଲ୍ଲେଖଯୋଗ୍ୟ, ନିୟମର କଥିତ ଉଲ୍ଲଂଘନ ଅଭିଯୋଗରେ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ୨୦୨୩ରେ ହିମାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଥିଲା। ତେବେ ନିଲମ୍ବନ ରଦ୍ଦ ହେବାପରେ ହିମା ଚଳିତ ବର୍ଷ ଏପ୍ରିଲ୍‌ରେ ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ.ପ୍ରିଁ-୧ରେ ୨୦୦ ମିଟର ରେସ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏବେ ନାଡାର ଡୋପିରୋଧୀ ଅପିଲ୍ ପ୍ୟାନେଲ୍ (ଏଡିଏପି) ମଧ୍ୟ ହିମାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking