32.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶଭୋପାଳରେ ହାଇଭୋଲ୍ଟେଜ୍ ଡ୍ରାମା

ଭୋପାଳରେ ହାଇଭୋଲ୍ଟେଜ୍ ଡ୍ରାମା

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ୮୦ ଫୁଟ ଉଚ୍ଚର ଟାୱାର ଉପରକୁ ଚଢିଗଲେ । ଲୋକ ତଳେ ଛିଡ଼ା ହୋଇ ଯୁବକଙ୍କୁ ଟାୱାର୍ ଉପରେ ଚଢିବାକୁ ବାରଣ କରୁଥିଲେ ହେଁ କାହା କଥା ନ ଶୁଣି ନିଶାସକ୍ତ ଯୁବକ ଟାୱାରର ଟପ୍ ଉପରକୁ ଚଢିଗଲେ । କିନ୍ତୁ ପୁଲିସ୍ ପହଂଚିବା ପରେ ଯୁବକଙ୍କ ନିଶା ଛାଡ଼ିଲା ଏବଂ ସେ ତଳକୁ ଓହ୍ଲାଇ ଆସିଲେ । ଏହାପରେ ପୁଲିସ୍ ଯୁବକଙ୍କୁ କାବୁ କରି ଥାନାକୁ ନେଇଗଲେ । ସୂଚନା ମୁତାବକ ଏହି ଘଟଣା ଜହାଙ୍ଗୀରାବାଦ ଥାନା ବରଖେଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଏଠାରେ ନିଶାରେ ଚୁର୍ ହୋଇ ଜଣେ ଯୁବକ ରେଲୱେ ଅଣ୍ଡରବ୍ରିଜ୍ ପାଖ ମୋବାଇଲ୍ ଟାୱାର ଉପରେ ଚଢିଗଲେ । ସ୍ଥାନୀୟ ଲୋକ ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବାକୁ ପ୍ରୟାସ କଲେ କିନ୍ତୁ ଅସଫଳ ହେବାରୁ ପୁଲିସକୁ ଏନେଇ ସୂଚନା ଦେଇଥିଲେ । ଲୋକଙ୍କୁ ଡ଼ରାଇବା ପାଇଁ ଯୁବକ ଜଣକ ଟାୱାରକୁ ଜୋରରେ ହଲାଇବାକୁ ଲାଗିଥିଲେ । ଯେମିତି କୌଣସି ଦୁର୍ଘଟଣାର ଶିକାର ନ ହୁଅନ୍ତୁ ଏଥିପାଇଁ ସ୍ଥାନୀୟ ଲୋକ ବୁଝାଇବାକୁ ମଧ୍ୟ ପ୍ରୟାସ କରିଥିଲେ । ହେଲେ ନିଶାରେ ଥିବା ଲୋକକୁ ଅବା କିଏ ବୁଝାଇବ । ପୁଲିସ୍ ସହ ନଗର ନିଗମ କଣ୍ଟ୍ରୋଲ୍ ରୁମ୍କୁ ମଧ୍ୟ ସୂଚନା ଦେଲେ ସ୍ଥାନୀୟ ଲୋକ । ସୂଚନା ମିଳିବା ସଙ୍ଗେ ସଙ୍ଗେ ନଗର ନିଗମର କ୍ରେନ୍ ଉକ୍ତ ସ୍ଥାନରେ ପହଂଚିଗଲା । ପାଖାପାଖି ୨୦ ମିନିଟ୍ ହାଇଡ୍ରାମା କରିବା ପରେ ଯୁବକ ତଳକୁ ଓହ୍ଲାଇଥିଲେ । ଓହ୍ଲାଇବା ପରେ ପୁଲିସ୍ ତାଙ୍କୁ କାବୁ କରିଥିଲେ । ତେବେ ୩୩ ବର୍ଷୀୟ ଉକ୍ତ ଯୁବକଙ୍କ ନାଁ ବିବେକ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking