23.1 C
Bhubaneswar
Tuesday, February 3, 2026
Homeଓଡିଶାଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ

ଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ବର : ଗଣେଶ ପୂଜାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ଘୋଷଣା । ଏଣିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ । ନବମରେ ପଢିଥିବା ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପଞ୍ଜୀକରଣ ନେଇ ବ୍ୟବସ୍ଥା ହୋଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ ଏହି ବ୍ୟବସ୍ଥା ଅନୁସାରେ ବାପା, ମାଆଙ୍କ ନାମ, ଜନ୍ମ ତାରିଖ ଆଦି ତଥ୍ୟ ପୋର୍ଟାଲରେ ଅପଲୋଡ କରାଯିବ। ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଏହି ତଥ୍ୟ ପୁଣି ଥିରେ ଦିଆଯିବ। ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପାସ ସାର୍ଟିଫିକେଟ ପାଇବା ସମୟରେ ଏସବୁ ତଥ୍ୟ ସେମାନେ ପଢୁଥିବା ଉଚ୍ଚ ବିଦ୍ୟାଳୟ ସାମ୍ସକୁ ପ୍ରଦାନ କରିବ।

ଯାହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ସୁବିଧା ହେବ। ଏଥିପାଇଁ ନବମ ଶ୍ରେଣୀରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ। ଆଉ ଭୁଲ ହେଲେ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ। ସିିବିଏସଇ ଓ ଆଇସିଏସଇ ବୋର୍ଡର ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଏହି ତଥ୍ୟ ଦିଆଯିବ। ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଛାତ୍ରଛାତ୍ରୀମାନେ ନିଜର ରୁଚି ଓ ନମ୍ବର ଆଧାରରେ ଷ୍ଟ୍ରିମ ବାଛୁଛନ୍ତି। ସାମ୍ସକୁ ବୋର୍ଡ ଛାତ୍ରଛାତ୍ରୀମାନଙ୍କ ଯେଉଁ ସ୍ବତନ୍ତ୍ର ID ବା ନମ୍ବର ଦେବ ତଦ୍ବାରା ପଞ୍ଜୀକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ବୋଲି ପରିଷଦ ଅଧ୍ଯକ୍ଷ ଅଶ୍ବିନୀ ମିଶ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking